ପରଜଙ୍ଗ ଥାନା ଡମୋଳ ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l ପରକ୍ରିୟା ପ୍ରୀତି ଯୋଗୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ମାମଲା l ଗାଁର ରଞ୍ଜନ ବେହେରାଙ୍କ ପୁଅ ମୃତ୍ୟୁଞ୍ଜୟ ବେହେରାଙ୍କ ଘର ପଛ ବାଡ଼ିରୁ ମୃତଦେହ ଉଦ୍ଧାର ହୋଇଥିଲା । ଏକ ଶାଗୁଆନ ଗଛରେ ଗାମୁଛା ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ । ପରଜଙ୍ଗ ପୋଲିସ ଓ ଢେଙ୍କାନାଳ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଗାଁର ଜଣଏ ମହିଳାଙ୍କ ସହ ମୃତ୍ୟୁଞ୍ଜୟଙ୍କ ସମ୍ପର୍କ ଥିବାରୁ ତାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ନ୍ଯାୟ ନମିଳିଲେ ଏସପିଙ୍କୁ ଜଣାଇବା ସହ ଧାରଣା ଦେବେ ବୋଲି କହିଛନ୍ତି ବାପା, ମାଆ ଓ ଭଉଣୀ l ସେପଟେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ପରଜଙ୍ଗ ଆଇଆଇସି ।