ଭୁବନେଶ୍ୱର : ଓଡିଶା ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଅଷ୍ଟମ ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମର ଟେନିସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ ଓ ଜୀବନ ବ୍ୟାପୀ ସାଧନା ପାଇଁ ଫୁଟବଲ କୋଚ ସହିଦ ଅବଦୁଲ ଜବାରଙ୍କୁ ପୁରସ୍କୃତ କରାଯାଇଛି । କ୍ରୀଡା କ୍ଷେତ୍ରରେ କ୍ରୀଡା ସାମ୍ବାଦିକ ବଡ଼ ଭୂମିକା ରହିଛି । କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଥଲେଟ ସିନିମୋଲେ ପୌଲ୍ସ ଯୋଗ ଦେଇଥିଲେ । ହକି କୋଚ ଅମୁଲ୍ୟାନନ୍ଦ ବିହାରୀ, ଚେସ ଗ୍ରାଣ୍ଡମାଷ୍ଟର ସ୍ୱୟଂ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶା ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ସନ୍ଦୀପ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।