ସଂଚାର ବ୍ୟୁରୋ: ଆଦିମ ଜନଜାତି ବିଷୟରେ ଅବଗତ ହେବା ପାଇଁ ଶିମିଳିପାଳର ଗୁରୁଗୁଡ଼ିଆ ରେଞ୍ଜରେ ଏକ ଆଦିବାସୀ ସୂଚନା କେନ୍ଦ୍ର ଖୋଲାଯାଇଛି । ସେଠାରେ ବିଭିନ୍ନ ଜନଜାତି ସମ୍ପ୍ରଦାୟ ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆଙ୍କ ବିଷୟରେ ଜାଣି ପାରିବେ ପର୍ଯ୍ୟଟକ। ଏହା ଦ୍ୱାରା ପର୍ଯ୍ୟଟକମାନେ ବିଭିନ୍ନ ସମ୍ପର୍କରେ ଜାଣିପାରିବେ। ପ୍ରତିଦିନ ଶିମିଳିପାଳକୁ ବୁଲିବା ପାଇଁ ବହୁ ପର୍ଯ୍ୟଟକ ଆସୁଛନ୍ତି , ସେମାନେ ସୂଚନା କେନ୍ଦ୍ରରୁ ଆଦିବାସୀ ଜନଜାତିଙ୍କ ବିଷୟରେ ଜାଣିପାରିବେ ।
ଏହି ସୂଚନା କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଉଦଘାଟନ କରିଛନ୍ତି । ଏହାଦ୍ୱାରା ଆଗାମୀ ଭବିଷ୍ୟତର ପିଲାମାନେ ଏ ସମ୍ପର୍କରେ ଜାଣିପାରିବେ । ଜନଜାତିଙ୍କ ଜୀବନଶୈଳୀ ସହିତ ବିଭିନ୍ନ ଜନଜାତି ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିପାରିବେ ।