ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଭାଜପା ଦଳ ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ନଡ୍ଡା । ବିମାନ ବନ୍ଦରରୁ ସିଧା ପୁରୀ ଯିବେ । ପୁରୀରେ ହିଁ ନଡ୍ଡା ରାତ୍ରୀଯାପନ କରିବେ । ଆସନ୍ତାକାଲି ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସିଧାସଳଖ ବିମାନ ବନ୍ଦରରୁ ପୁରୀ ଯାଇ ସେଠାରେ ରାତ୍ରିଯାପନ କରିବେ । ୨୮ ତାରିଖ ପୂର୍ବାହ୍ନ ୧୦ଟା ପୁରୀରେ ହେବାକୁ ଥିବା ଜାତୀୟ ସ୍ଵାସ୍ଥ୍ୟ ମିଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି ।