ସଂଚାର ବ୍ୟୁରୋ:ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍।
ଜାମୁଗାଁ ପଞ୍ଚାୟତର ଜଳସରପଡ଼ା ଅଞ୍ଚଳରେ ହୋଇଥିବା ଏକ ଶ୍ମଶାନ କାର୍ଯ୍ୟ ପାଇଁ ୪ ଲକ୍ଷ ଟଙ୍କାର ବିଲ୍ କରି ଦେବାକୁ ସେ ଠିକାଦାର ପ୍ରତାପ ଚନ୍ଦ୍ର କାଣ୍ଡିଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ପ୍ରତାପ ଚନ୍ଦ୍ର କାଣ୍ଡି ଭିଜିଲାନ୍ସକୁ ଜଣାଇଥିଲେ। ଆଜି ନିଜ ସହଯୋଗୀ ବାପିନା ଦାସଙ୍କ ସହାୟତାରେ କନିଷ୍ଠ ଯନ୍ତ୍ରୀ ସ୍ମତି ରଞ୍ଜନ ନାୟକ ଲାଞ୍ଚ ବାବଦକୁ ୨୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଅଫିସରେ ଯାଞ୍ଚ କରୁଛି।

