ସଂଚାର ବ୍ୟୁରୋ: ଉଦ୍ଧାର ହେଲା ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି ଏଭଳି ଘଟଣା । ମୃତା ଯୁବତୀ ଜଣକ ହେଲେ ମୋନାଲିସା ହେମ୍ବ୍ରମ । ସେ ଭୋଗରାଇ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ । ସେ ଭୋଗରାଇ ବ୍ଲକରେ ପ୍ରଥମ ଚାକିରି କରିଥିବା ବେଳେ ଭଡ଼ା ନେଇ ରହୁଥିଲେ। ମାତ୍ର ଆଜି ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ ସେ ନିଜ ରୁମ୍ କବାଟ ଖୋଲି ନ ଥିଲେ।