ପୁଣି ବିଜେଡିକୁ ଟାର୍ଗେଟ କଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ବିଜେଡି ନେତା ଅତନୁଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି କି , କଂଗ୍ରେସ ସହ ମିଶି ସରକାର କରିବେ ବୋଲି ଅତନୁ କହୁଛନ୍ତି , କିନ୍ତୁ ବିଜେଡି ରହିଲେ ତ? ବିଜେଡିର ଆୟୁଷ ବହୁତ କମ। ବିଜେଡି ଏବେ ଆଇସିୟୁରେ ଅଛି । ଦଳ ଯେହେତୁ ଭାଙ୍ଗିଯାଉଛି , ତାକୁ ବଞ୍ଚାଇବାକୁ ଅତନୁ ଏଭଳି କହୁଛନ୍ତି । ବିଜେଡି ତ ଲିଜରେ ଚାଲିଥିଲା, ବିଜେଡିରେ ନେତୃତ୍ୱ କାହିଁ । କେବେ ପ୍ୟାରୀ ତ କେବେ ପାଣ୍ଡିଆନ ବିଜଡେିକୁ ଲିଜରେ ନେଇଥିଲେ ।