ସଂଚାର ବ୍ୟୁରୋ: ସାନ ସିନା ଦାନ ତା ମହାନ । କିଡନୀ, ଲିଭର ଦାନ କରି ଅମର ହୋଇଗଲା ଜନ୍ମେଶ ଲେଙ୍କା । ବର୍ଷକର ପିଲାର ମୃତ୍ୟୁ ପରେ କିଡନୀ ଲିଭର ଦାନ କଲା ପରିବାର । ଜନ୍ମେଶର ଘର ରାଉରକେଲା । ବାପା ଏମ୍ସ ହସ୍ପିଟାଲରେ ଚାକିରି କରୁଥିବାରୁ ଭୁବନେଶ୍ୱର କଳିଙ୍ଗ ବିହାରରେ ରୁହନ୍ତି । ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଦେହରେ ଲଗାଯାଇଥିବା ବେଳେ କିଡନୀ ଭୁବନେଶ୍ୱରର ଜଣେ ପିଲାକୁ ଦାନ କରାଯାଇଛି । ପିଲାଟିର ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କିନ୍ତୁ ଏସବୁ ଭିତରେ କୁନି ପିଲାର ଏ ଦାନ ଅନ୍ୟମାନଙ୍କୁ ଯୋଗାଇଛି ପ୍ରେରଣା ।