ସଂଚାର ବ୍ୟୁରୋ: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରରେ ଆଜି ପାଳିତ ହୋଇଛି କୁମାର ଉତ୍ସବ। ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଥିବା ମାଆ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ସକାଳୁ ମାଆଙ୍କ ନିକଟରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ କୁମାରୀ ବେଶ କରାଯାଇଛି । ଅପରାହ୍ନରେ କୁମାର ଉତ୍ସବ ଅବସରରେ ଅକ୍ଷୟକ୍ରୀଡା ଅନୁଷ୍ଠିତ ହୋଇଛି । ବହୁ କୁମାରୀ ମାଆଙ୍କୁ ଦର୍ଶନ କରିଥିବା ବେଳେ ବିରଜା ଦଶମୀରେ ବିସର୍ଜିତ ହୋଇଥିବା ମାଆଙ୍କ ରଥ ଆସନ୍ତାକାଲି ଠାରୁ ଖୋଲାଯାଇ ରଥ ଖଳାକୁ ଯିବ ।