ସଂଚାର ବ୍ୟୁରୋ: ନକଲି କାରଖାନା ଉପରେ ଜଗତପୁର ଥାନା ପୋଲିସ ଚଢ଼ାଉ । କଟକ ଜିଲ୍ଲା ସାଲେପୁର ବ୍ଲକ ଚମ୍ପତୀ ପଞ୍ଚାୟତ ସୁନାରି ବଣ ଅଞ୍ଚଳରେ ନକଲି ମୋବିଲ, ସକବଜର ଓଏଲ ଓ ଗ୍ରୀସ ତିଆରି କାରଖାନା ଠାବ ହୋଇଛି । ପୋଡ଼ା ମୋବିଲ ବ୍ୟବହାର କରାଯାଇ ବିଭିନ୍ନ ନାମୀ କମ୍ପାନୀ ବ୍ରାଣ୍ଡରେ ତିଆରି ହେଉଥିଲା ନକଲି ମୋବିଲ, ସକବଜର ଓଏଲ ଓ ଗ୍ରୀସ । ସୁନାରି ବଣ ଗାଁ ଭିତରେ ଦୀର୍ଘ ଦିନ ଧରି ଏହି କମ୍ପାନୀ ଚାଲିଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ଅଚାନକ ଚଢ଼ାଉ କରିଛି ଜଗତପୁର ଥାନା ପୋଲିସ। ଆଇଆଇସି ଅନିରୁଦ୍ଧ ନାୟକ, ଏସିପି ଅରୁଣ ସ୍ଵାଇଁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଲିଗାଲ ମେଟ୍ରୋଲୋଜି ଓ ସିଟି ଜିଏସଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଜଗତପୁର ଥାନା ଅଞ୍ଚଲରେ ଦିନକୁ ଦିନ ନକଲି ସାମଗ୍ରୀ ପ୍ରସ୍ତୁତ ବୃଦ୍ଧି ପାଇବାରେ ଲାଗିଛି ।