ସଂଚାର ବ୍ୟୁରୋ: ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ଅପରାହ୍ଣରେ ଉତକ୍ଷେପଣ ହେଲା ପ୍ରୋବା-୩ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯। ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ। ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି। ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ। ଉପଗ୍ରହର ଓରିଏଣ୍ଟେସନ ଲାଗି କରୋନାଗ୍ରାଫ ସ୍ପେସକ୍ରାଫ୍ଟରେ ବ୍ଯବହୃତ ହୋଇଛି ରିଡ୍ୟୁଡାଣ୍ଡ ପ୍ରପଲସନ ସିଷ୍ଟମ। ଉତକ୍ଷେପିତ ହୋଇଥିବା ଦୁଇଟି ଯାକ ଉପଗ୍ରହ ପରସ୍ପରଠାରୁ ୧୫୦ ମିଟର ଦୂରରେ ରହି କାର୍ଯ୍ୟ କରିବେ।