Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଇସ୍ରାଏଲ- ହମାସ ଯୁଦ୍ଧକୁ ବର୍ଷେ

Sanchar Live by Sanchar Live
October 7, 2024
in ବିଦେଶ
0
ଇସ୍ରାଏଲ-  ହମାସ ଯୁଦ୍ଧକୁ ବର୍ଷେ
0
SHARES
4
VIEWS
FacebookTwitter

ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ୨୦୨୩ ଅକ୍ଟୋବର ୭ରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ହମାସର ଶତାଧିକ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ ଅନୁପ୍ରବେଶ ପୂର୍ବକ ଆକ୍ରମଣ ଘଟାଇଥିଲେ। ହମାସର ଆକ୍ରମଣରେ ଇସ୍ରାଏଲର ପ୍ରାୟ ୧୨୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ। ଏହା ସହିତ ଶତାଧିକ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ ପୂର୍ବକ ପାଲେଷ୍ଟାଇନର ଗାଜାସ୍ଥିତ ହମାସର ଆଡ୍ଡାସ୍ଥଳଗୁଡିକୁ ନିଶାଣ କରିଥିଲା। ପରବର୍ତ୍ତୀ ସମୟରେ ହମାସ ବିରୋଧରେ ଇସ୍ରାଏଲ ସ୍ଥଳପଥରେ ମଧ୍ୟ ଆକ୍ରମଣ କରିଥିଲା। ଇରାନ ସମର୍ଥିତ ହମାସ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ ୪୧,୮୭୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହେଲାଣି। ଏହା ସହିତ ୯୬,୭୯୪ଜଣ ଆହତ ହେଲେଣି। ଯୁଦ୍ଧ ଯୋଗୁଁ ଗାଜାରେ ମାନବିକ ସଂକଟ ଓ ମାନବାଧିକାର ଉଲ୍ଲଙ୍ଘନ ଭଳି ଅନେକ ଘଟଣା ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି।

ହଜାର ହଜାର ଲୋକ ରିଲିଫ ଶିବିରରେ ରହିଥିବାବେଳେ ସେମାନଙ୍କୁ ଖାଦ୍ୟ ପେୟ ମିଳିପାରୁ ନାହିଁ। ସେହିପରି ଆହତଙ୍କୁ ଚିକିତ୍ସା ସୁବିଧା ମିଳିପାରୁ ନାହିଁ। ଆହତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଉପଲବ୍ଧ ନାହିଁ। ଏହି ଯୁଦ୍ଧ ଯୋଗୁଁ ଗାଜାରେ ଅନେକ କୋଠାବାଡି, ସରକାରୀ କାର୍ଯ୍ୟାଳୟ ଓ ଡାକ୍ତରଖାନା ଆଦି ଧ୍ବଂସ ପାଇ ମାଟିରେ ମିଶି ଯାଇଛି। ଜାତିସଂଘର ଆକଳନ ଅନୁଯାୟୀ ଯୁଦ୍ଧ ଯୋଗୁଁ ଗାଜାରେ ୧ଲକ୍ଷ ୬୩ହଜାର ଘର ନଷ୍ଟ ହୋଇଛି। କୋଠାବାଡି ଧ୍ବଂସ ଯୋଗୁଁ ଯେଉଁ ଧ୍ବଂସାବଶେଷ ଜମା ହୋଇଛି ତାହା ପ୍ରାୟ ୪୨ ନିୟୁତ ଟନ୍ ହେବ। ଭଗ୍ନ ଅଟ୍ଟାଳିକା ମଧ୍ୟରେ ପୋତି ହୋଇ ରହିଥିବା ହଜାର ହଜାର ମୃତଦେହକୁ ଆଜି ସୁଦ୍ଧା ଉଦ୍ଧାର କରାଯାଇପାରି ନାହିଁ। ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟ ଭଗ୍ନାବଶେଷ ମଧ୍ୟରେ ପ୍ରାୟ ୧୦ହଜାର ମୃତଦେହ ପୋତି ହୋଇ ରହିଛି। ସେହିପରି ଯୁଦ୍ଧକୁ ବର୍ଷେ ପୂରଣ ହୋଇଥିଲେ ମଧ୍ୟ ହମାସଙ୍କ କବଳରେ ପଣବନ୍ଦୀ ଥିବା ସମସ୍ତ ଇସ୍ରାଏଲ ନାଗରିକ ମୁକ୍ତ ହୋଇପାରି ନାହାନ୍ତି। ଯୁଦ୍ଧର ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ଏହାର ଅଧିକ ସୈନ୍ୟଙ୍କୁ ଗାଜାରେ ମୁତୟନ କରିଛି। ଏହା ସହିତ ଇସ୍ରାଏଲ ସେନା (ଆଇଡିଏଫ୍‌) ପକ୍ଷରୁ ଏକ ପ୍ରଦର୍ଶନୀର ଆୟୋଜନ କରିଛି। ପ୍ରଦର୍ଶନୀରେ ଆଇଡିଏଫ୍ ଜବତ କରିଥିବା ହମାସ ଆତଙ୍କବାଦୀଙ୍କ ୭୦ହଜାର ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରିଛି। ଏହା ମଧ୍ୟରେ ୧୨୫୦ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର, ଆରପିଜି ଓ ୪୫୦୦ ବିସ୍ଫୋରକ ରହିଛି। ହମାସ ସହିତ ଇସ୍ରାଏଲ ଲେବାନନ୍‌ର ହେଜବୋଲ୍ଲା ସଂଗଠନ ବିରୋଧରେ ଯୁଦ୍ଧ ଚଳାଇଛି

Tags: hamasisraelwar
ShareTweetShareSend
Sanchar Live

Sanchar Live

Next Post
ପରିବା ଦର ଶୁଣିଲେ ମୁଣ୍ଡ ବିନ୍ଧୁଛି

ପରିବା ଦର ଶୁଣିଲେ ମୁଣ୍ଡ ବିନ୍ଧୁଛି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.