ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ଵତନ୍ତ୍ର ବୈଠକକୁ ବିଜେଡିର ସମର୍ଥନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣବେଳେ ଡିଲିମିଟେସନ ବୈଠକକୁ ସେ ସମର୍ଥନ ଜଣାଇଛନ୍ତି । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ଡିଲିମିଟେସନକୁ ନେଇ ସ୍ଵତନ୍ତ୍ର ବୈଠକ ବସିବ । ଡିଲିମିଟେସନରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ୟ ଏଥିରେ ସାମିଲ୍ ହେବେ । ବିରୋଧୀ ଦଳ ନେତାଙ୍କୁ ଆଜି ଡି ଏମ୍ କେ ସାଂସଦ ଦୟାନିଧି ମାରନ୍ ଓ ଆଇଟି ମନ୍ତ୍ରୀ ନବୀନ ନିବାସରେ ଭେଟି ନିମନ୍ତ୍ରଣ କରିଛନ୍ତି । ଏହି ଅସରରେ ନବୀନ ତାଙ୍କର ସମର୍ଥନ ଜଣାଇବା ସହ ଅନୈତିକ ସୀମା ପୁନଃନିର୍ଦ୍ଧାରଣ ବିରୋଧରେ ସେ ସ୍ବର ଉତ୍ତୋଳନ କରିବା ସହ ବୈଠକରେ ସାମିଲ ହେବାକୁ ପ୍ରତିଶୃତି ଦେଇଥିବା ଡିଏମକେ ସାଂସଦ ଦୟାନିଧି ମାରନ କହିଛନ୍ତି। ୨୦୨୬ ମସିହାରେ ଡିଲିମିଟେସନ ହେବାକୁ ଯାଉଛି । କେନ୍ଦ୍ର ସରକାର ସ୍ଵଚ୍ଛତାର ସହ ଏହା କରିବାକୁ ଚାହୁଁନାହାନ୍ତି। ତେଣୁ ଏହା ବିରୋଧରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ ୮ଟି ରାଜ୍ଯ ଏହା ଉପରେ ଆଲୋଚନା କରିବେ । ଓଡ଼ିଶା ବି ଏଥିରେ କ୍ଷତିଗ୍ରସ୍ତ ହେବ। ଆନୁପାତିକ ଭାବେ ସାଂସଦ ଏବଂ ବିଧାନସଭାରେ ଯେଉଁ ଅନୁପାତରେ ଓଡ଼ିଶା ପାଇବା କଥା ତାହା ହେବ ନାହିଁ । ଓଡ଼ିଶାର ବାସ୍ତବରେ କଣ କ୍ଷତି ହେବ ସେ ନେଇ ଭୁବନେଶ୍ଵରରେ ଖୁବ୍ ଶୀଘ୍ର ଏକ ବୈଠକ ବସିବ। ଏ ନେଇ ବ୍ୟାପକ ଆଲୋଚନା ହେବ ବୋଲି ବିଜେଡି ନେତା ବୈଠକ ପରେ ସୂଚନା ଦେଇଛନ୍ତି। ଏହାଦ୍ବାରା ଯେଉଁ କ୍ଷତି ହେବ ବିଶେଷ କରି ତାକୁ ନେଇ ଆଲୋଚନା ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।.. ..