ସଂଚାର ବ୍ୟୁରୋ: ଭାରତର ସମୁଦାୟ ଜନସଂଖ୍ୟା ୧୪୦ କୋଟି ଥିବାବେଳେ ପାକିସ୍ତାନର ଜନସଂଖ୍ୟା ୨୫ କୋଟି ରହିଛି। ସେହିପରି ଭାରତର ସକ୍ରିୟ ସାମରିକ ବାହିନୀ ୧.୪୫ ନିୟୁତ ରହିଥିବାବେଳେ ପାକିସ୍ତାନର ରହିଛି ୬ ଲକ୍ଷ ୫୪ ହଜାର। ରିଜର୍ଭ ପୋର୍ସ ୧.୧୫ ନିୟୁତ ହୋଇଥିବାବେଳେ ପାକିସ୍ତାନର ରହିଛି ୫ ଲକ୍ଷ ୫୦ ହଜାର। ଭାରତର ଅର୍ଦ୍ଧ ସାମରିକ ବାହିନୀ ୨.୫୨ ନିୟୁତ ରହିଥିବାବେଳେ ପାକିସ୍ତାନର ରହିଛି ୫ ଲକ୍ଷ। ସେହିପରି ଯଦି ଆମେ ଯୁଦ୍ଧ ବିମାନ କଥା କହିବା ତେବେ ଭାରତ ପାଖରେ ୨ ହଜାର ୨୧୯ ଯୁଦ୍ଧ ବିମାନ ଥିବାବେଳେ ପାକିସ୍ତାନର ରହିଛି ୧୩ ଶହ ୯୯ ଯୁଦ୍ଧ ବିମାନ। ଭାରତ ପାଖରେ ୫୧୩ଟି ଲଢୁଆ ଏୟାରକ୍ରାଫ୍ଟ ଥିବାବେଳେ ପାକିସ୍ତାନ ପାଖରେ ୩୨୮ ଟି ଲଢୁଆ ଏୟାରକ୍ରାଫ୍ଟ ରହିଛି। ଭାରତ ପାଖରେ ୧୩୦ଟି ଆଟାକ୍ ଏୟାରକ୍ରାଫ୍ଟ ରହିଥିବାବେଳେ ପାକିସ୍ତାନ ପାଖରେ ରହିଛି ୯୦ଟି। ଉଭୟ ଦେଶ ମଧ୍ୟରେ ଯଦି ଦେଖିବା ଭାରତ ପାଖରେ ୮୯୯ ହେଲିକପ୍ଟର ପାକିସ୍ତାନ ପାଖରେ ୩୭୩ଟି ହେଲିକପ୍ଟର ରହିଛି। ଭାରତ ପାଖରେ୪ହଜାର ୨୦୧ ଟ୍ୟାଙ୍କ ରହିଥିବେଳେ ପାକିସ୍ତାନ ପାଖରେ ରହିିଛି ୨ ହଜାର ୬୨୭। ସେହିପରି ଭାରତ ପାଖରେ ୧ ଲକ୍ଷ ୪୮ ହଜାର ୫୯୪ ସାଞ୍ଜୁଆ ଯାନ ଥିବାବେଳେ ପାକିସ୍ତାନ ପାଖରେ ୧୭ ହଜାର ୫୧୬ ଟି ସାଞ୍ଜୁଆ ଯାନ ରହିଛି। ୟା ଭିତରେ ଯଦି ଯୁଦ୍ଧର ରକେଟ ସିଷ୍ଟମ ଦେଖିବା ତେବେ ଭାରତ ପାଖରେ ୨୬୪ ଟି ରକେଟ ସିଷ୍ଟମ ଥିବାବେଳେ ପାକିସ୍ତାନ ପାଖରେ ୬୦୦ ଟି ରକେଟ ସିଷ୍ଟମ ରହିଛି। ସେହିପରି ଯଦି ଉଭୟଙ୍କ ଜଳଶକ୍ତିକୁ ପାଥେୟ କରାଯିବ ତେବେ ଭାରତ ପାଖରେ ୨୯୩ଟି ନୌଜାହାଜ ଥିବାବେଳେ ପାକିସ୍ତାନ ପାଖରେ ୧୨୧ଟି ନୌଜାହାଜ ରହିଛି। ଭାରତ ପାଖରେ ୧୮ଟି ବୁଡ଼ାଜାହାଜ ଥିବାବେଳେ ପାକିସ୍ତାନ ପାଖରେ ୮ଟି ବୁଡା ଜାହାଜ ରହିଛି। ଭାରତ ପାଖରେ ୧୩ ଟି ଡେଷ୍ଟ୍ରୟର ଓ ୧୪ଟି ଫ୍ରିଗେଟ ଥିବାବେଳେ ପାକିସ୍ତାନ ପାଖରେ ଏୱୁ କିଛି ସୁବିଧା ନଥିବା ଜଣାପଡିଛି।