ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।
ପୁଣି ବଢିଲା ସୁନା ଓ ରୁପା ଦର । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୫ ହଜାରରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ଟଙ୍କା ରହିଛି । ଅନ୍ୟପଟେ ସୁନା ସାଙ୍ଗେ ତାଳ ଦେଇ ରୁପା ଦାମ ବି ହୁ ହୁ ହୋଇ ବଢୁଛି । ରୁପା ଦର ପୁଣି ବଢି କେଜି ପ୍ରତି ୪ ଲକ୍ଷ ପାର ହୋଇଛି ।
