ସଂଚାର ବ୍ୟୁରୋ: ହିଜବୁଲ୍ଲାର ଗଡ଼ ଧ୍ଵଂସ କରି ଚାଲିଛି ଇସ୍ରାଏଲ ସେନା। ଲେବାନନରେ ହିଜବୁଲ୍ଲାର ଦୀର୍ଘ ୨୫୦ମିଟର ଲମ୍ବ ଟନେଲକୁ ଏୟାରଷ୍ଟ୍ରାଇକ କରି ଧ୍ଵଂସ କରି ଦେଇଛି ଇସ୍ରାଏଲର ସେନା ଆଇଡିଏଫ। ଏହି ଟନେଲ ଜରିଆରେ ଇସ୍ରାଏଲ ଉପରେ ଗତ ଅକ୍ଟୋବର ୭ରେ ଘଟିଥିବା ନରସଂହାର ସଦୃଶ ଆକ୍ରମଣ କରିବାକୁ ହିଜବୁଲ୍ଲା ଯୋଜନା କରିଥିବା କହିଛି ଇସ୍ରାଏଲ। ଲେବାନନର ରାଜଧାନୀ ବେରୁତରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇସ୍ରାଏଲ ହମଲାରେ ହିଜବୁଲ୍ଲାର୧୨ ଆତଙ୍କୀ ନିପାତ ହୋଇଛନ୍ତି। ସେପଟେ ଗାଜାରେ ମଧ୍ୟ ସମାନ୍ତରାଳ ଭାବେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଏକ ମସଜିଦ ଉପରେ ହମଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାର ଏକ ମସଜିଦ ଉପରେ ରକେଟ ମାଡ଼ କରିଥିଲା ଇସ୍ରାଏଲ।ଗା ଜାର ଅଲ ଅକ୍ସା ହସ୍ପିଟାଲ ନିକଟରେ ଥିବା ମସଜିଦ ଉପରେ ହୋଇଥିଲା ଏ ଆକ୍ରମଣ।