ସଂଚାର ବ୍ୟୁରୋ: ରାଉରକେଲାର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ରେନବୋ ଆଇସକ୍ରିମ କାରଖାନା ସିଲ । ରାଉରକେଲା ମହାନଗର ନିଗମ ଓ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଏହି ଆଇସକ୍ରିମ କାରଖାନାକୁ ସିଲ କରାଯାଇଛି । ବିନା ଲାଇସେନ୍ସ ଓ ଅସ୍ଵାସ୍ଥ୍ୟକର ପରିବେଶରେ ଆଇସକ୍ରିମ କାରଖାନା ଚାଲୁଥିବା ଅଭିଯୋଗ ହେଵା ପରେ ଏହି ଚଢାଉ କରାଯାଇଛି । ଚଢାଉରେ ଏକ କୁଇଣ୍ଟାଲରୁ ଅଧିକ ଆଇସକ୍ରିମ ଜଵତ କରାଯାଇ ନଷ୍ଟ କରାଯାଇଛି । ଚଢ଼ାଉ ପରେ ଆଇସକ୍ରିମ ନମୁନା ପରୀକ୍ଷା ପାଇଁ ପଠାଯିଵ ବୋଲି ରାଉରକେଲା ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନର ସୂଚନା ଦେଇଛନ୍ତି ।