ପିଲାଠାରୁ ବୟସ୍କ ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ରହିଥାଏ ଅନେକ ପ୍ରଶ୍ନ । ଯେମିତି ମୃତ୍ୟୁ ପରର ଜୀବନ କ’ଣ ? ମରିବାକୁ ଯାଉଥିବା ଜଣେ ବ୍ୟକ୍ତି ମନରେ କ’ଣ ସବୁ ଚାଲିଥାଏ ? ମୃତ୍ୟୁ ସମୟରେ ମଣିଷକୁ କ’ଣ ଦେଖାଯାଏ ? ଶରୀରରୁ ଆତ୍ମା କେମିତି ଅଲଗା ହୁଏ ? ଏମିତି ଅନେକ କିଛି ପ୍ରଶ୍ନ ମନକୁ ଆସିଥାଏ ।
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ, ତାହା ହେଉଛି ଯେ, ଯିଏ ଜନ୍ମ ନେଇଛି ସେ ମରିବା ନିଶ୍ଚିତ । ଜନ୍ମରୁ ଆରମ୍ଭ ହୋଇଥାଏ ମୃତ୍ୟୁର ଯାତ୍ରା । କାହାର ଦୁର୍ଘଟଣାରେ ମୃତ୍ୟୁ ହୁଏ ତ, କାହାର ରୋଗରେ କିମ୍ବା ଆଉ କାହାର ପ୍ରାକୃତିକ ମୃତ୍ୟୁ ହୋଇଥାଏ।
ମୃତ୍ୟୁକୁ ନେଇ ଭୟ ଥାଏ କାହିଁକି ?
ଏକ ରିପୋର୍ଟ ଅନୁସାରେ ଆମ ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ଭୟ ଥାଏ। ଏଥିପାଇଁ ଯେ, ଆମେ ଜାଣିନେ ଆମ ମୃତ୍ୟୁ କେମିତି ହେବ । ତେବେ ବୈଜ୍ଞାନିକଙ୍କ ଅନୁସାରେ ମୃତ୍ୟୁ ଏତେ ଭୟାବହ ନୁହେଁ । ଆମକୁ ବୁଝିବାର ଅଛି, ଜନ୍ମ ନେଇଛେ ମାନେ ମୃତ୍ୟୁ ନିଶ୍ଚୟ ହେବ। ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ଶୁନିଶ୍ଚିତ। ଯେମିତି ହାଲିଆ ହେବା ପରେ ସବୁଦିନ ପାଇଁ ଶୋଇଯାଏ ।
ମୃତ୍ୟୁ ମୁଖରୁ ଫେରି ଆସିଥିବା ଲୋକ କ’ଣ କୁହନ୍ତି ?
ଆମ ମାନଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଅଛି ତା’ର ଉତ୍ତର ଜାଣିବାକୁ ଦୁର୍ଘଟଣା ଓ ଏମରଜେନ୍ସି ବିଶେଷଜ୍ଞମାନେ ଏଭଳି ଅନେକ ବ୍ୟକ୍ତିଙ୍କୁ ଭେଟିଥିଲେ ଯେଉଁମାନେ ମୃତ୍ୟୁ ମୁଖରୁ ଫେରିଥିଲେ ।
ମୃତ୍ୟୁର ୪ଟି ପର୍ଯ୍ୟାୟ ରହିଛି । ଦୀର୍ଘ ୩୫ ବର୍ଷ ଧରି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା କରିବା ସମୟରେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ମୃତ୍ୟୁ ମୁଖରୁ ଫେରି ଆସିଥିଲେ । ଏଭଳି କିଛି ବ୍ୟକ୍ତି ଥିଲେ ଯେଉଁମାନେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ,ସେମାନଙ୍କ କହିବାନୁସାର ମୃତ୍ୟୁର ୫ଟି ପର୍ଯ୍ୟାୟ ରହିଛି । ଏହି ୫ ପର୍ଯ୍ୟାୟ ଦେଇ ଜଣେ ପ୍ରାଣ ହରାଇଥାଏ ।ଆସନ୍ତୁ ଜାଣିବା ସେହି ପର୍ଯ୍ୟାୟ ଗୁଡିକ କ’ଣ ସବୁ ।
ମୃତ୍ୟୁର ପ୍ରଥମ ପର୍ଯ୍ୟାୟରେ ମଣିଷକୁ କିଛି ଶୁଭେ ନାହିଁ । ସେ ଏକ ଅଦଭୁତ ଶାନ୍ତି ଅନୁଭବ କରିଥାଏ । ତା’ର ସବୁ ଚିନ୍ତା ଦୂର ହୋଇଯାଏ । ସବୁ ଡ଼ର ଓ ଚିନ୍ତାର ଅନ୍ତ କାରଣରୁ ମରୁଥିବା ବ୍ୟକ୍ତି ଚରମ ଶାନ୍ତି ପାଏ ।
୨ ଦ୍ୱିତୀୟ ପର୍ଯ୍ୟାୟରେ ମଣିଷ ନିଜକୁ ହାଲୁକା ଅନୁଭବ କରେ । ମରିବାକୁ ଯାଉଥିବା ବ୍ୟକ୍ତିକୁ ଲାଗେ ଯେ, ତା’ର ଶରୀରର ଓଜନ କମିଯାଇଛି । ମୃତ୍ୟୁମୁଖରେ ଥିବା ବ୍ୟକ୍ତିକୁ ଲାଗେ ଯେମିତି ସେ ହାୱାରେ ଉଡୁଛି ।
୩ ମୃତ୍ୟୁର ତୃତୀୟ ପର୍ଯ୍ୟାୟ ଆଶ୍ୱସ୍ତିକର ବୋଲି କୁହାଯାଏ । ଯେଉଁମାନଙ୍କର ସାକ୍ଷାତକାର ନେଇଥିଲେ ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତଙ୍କ କହିବା ଥିଲା ଯେ, ସେତେବେଳେ ସେମାନେ ଶାନ୍ତି ଅନୁଭବ କରୁଥିଲେ । କୌଣସି ଚିନ୍ତା ନଥିଲା । ଅନ୍ୟପକ୍ଷରେ ବାକି ୨ ପ୍ରତିଶତଙ୍କ କହିବା ହେଉଛି ସେହି ସମୟରେ ସେମାନେ ଭୟଙ୍କର ଜୀବ ଓ ଶବ୍ଦ ଶୁଣିଥିଲେ । କିଛି ମଧ୍ୟ ଦୁର୍ଗନ୍ଧ ବାରିଥିବା କହିଥିଲେ।
୪ ମୃତ୍ୟୁର ଚତୁର୍ଥ ପର୍ଯ୍ୟାୟରେ ଅଚାନକ ଏକ ଉଜ୍ୱଳ ଆଲୋକ ଦେଖାଦିଏ । ଏହି ଆଲୋକ ଗରମ ହୋଇଥାଏ ଓ ଏହା ନିଜ ଆଡକୁ ଟାଣିଥାଏ । କିନ୍ତୁ କିଛି ସମୟ ପରେ ଆଲୋକ ଲୁଚିଯାଏ ଓ ତା’ ସ୍ଥାନ ନିଏ ଅନ୍ଧକାର ।