ମେଷ-
ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲିଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବିବେ । ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ । ସାମାଜିକ ଆଦୃତି ମାଧ୍ୟମରେ ସୁଖ ସମ୍ମାନ ପ୍ରଦାନ କରିବେ ।
ଶୁଭ ରଙ୍ଗ – ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
ସରକାରଙ୍କ ତରଫରୁ ଆପଣଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିପାରେ । ପାରିବାରିକ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ପାଖରେ ଆଦୃତ ହେବେ । କର୍ମକ୍ଷେତ୍ରରେ ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ଭାଇ-ଭଉଣୀଙ୍କ ଭିତରେ ସଂପର୍କ ଭଲ ରହିବ ।
ଆପଣ ଦୀର୍ଘ ସମୟରୁ ବିନିଯୋଗ କରିଥିବା ଅର୍ଥର ଲାଭାଂଶ ପାଇବେ । ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି । ମନୋରଞନ କାର୍ୟ୍ୟରେ ଅଶାନ୍ତି ଉପୁଜିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ପାରିବାରିକ କଷ୍ଟ ଦୂର ହୋଇପାରେ । ସ୍ୱାସ୍ଥ୍ୟରେ ସୁଧାର ଆସିବ । କର୍ମ କ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ୱପୂର୍ଣ୍ଣ ରହିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଜୀବନସାଥୀ ଆପଣଙ୍କୁ ପ୍ରେମର ଅନୁଭବ ଦେବାକୁ ଚାହୁଁଛନ୍ତି । ମହିଳା ମାନେ କଠିନ ପରିଶ୍ରମ କରିବେ । ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ତୁଳା-
ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ । ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ କରିବେ । ବିଦ୍ୟାର୍ଥୀ ମାନେ କିଛି ନୂତନ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ । ବ୍ୟବସାୟ , ପରିବହନ କ୍ଷେତ୍ରରେ ଥିବା ଦ୍ୱନ୍ଦ ଦୂର ହେବ । ରାଜନୀତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ ।
ଶୁଭ ରଙ୍ଗ – ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ଶିକ୍ଷା ସହ ଜଡିତ କିଛି ଅସୁବିଧା ସାମ୍ନା କରିବାକୁ ପଡିପାରେ । ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ । ଜମିବାଡି ସମସ୍ୟାର ସି୍ଥତି ଆପଣଙ୍କ ସପକ୍ଷରେ ରହିବ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ରାଜନିତିରେ ଛୋଟ କଥାକୁ ବଡ କରି ବିବାଦ ଲାଗିପାରେ । ଛାତ୍ରଛାତ୍ରୀ ମାନେ ପଢାରେ କଷ୍ଟ କରିବେ । କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ । ଅଧିକ ମୂଲ୍ୟ ଦେଇ ଜମି କିଣିବେ । ଶତୃଙ୍କର ସଡ ଯନ୍ତ୍ରର ଶିକାର ହୋଇ ପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ
ମକର-
ନୂତନ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଅଧିକ ଉନ୍ନତି କରିବେ । ଅଫିସ୍ କାମ ପୂରା କରିବାରେ ସଂପୂର୍ଣ୍ଣ ସଫଳ ହେବେ । ପରିବାର ଭିତରେ ଖୁସିର ବାତାବରଣ ସୃଷ୍ଟି ହେବ । ସେୟାର ବଜାରରେ ଅର୍ଥ ନିବେଶ କରି ଲାଭାଂଶ କମାଇବେ । ଆଗ୍ରହି ବିଷୟଗୁଡିକ ଅଧ୍ୟୟନ କରିବାରେ ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ବ୍ୟବସାୟରେ ନୂଆ କୈାଶଳ ପ୍ରୟୋଗ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ମାନସିକ ଚାପ ବଢିବ । ବୃଥା କାର୍ଯ୍ୟରେ ସମୟ କଟାଇବେ । ଧର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳ ହେବେ । ପରିବେଶରେ କୌଣସି ବ୍ୟକ୍ତିଙ୍କ ସହ ମିତ୍ର ବନ୍ଧନରେ ଆବଦ୍ଧ ହେବେ । ବାଣିଜ୍ୟ, ବ୍ୟବସାୟରେ କେତେକ ପ୍ରତିବନ୍ଧକ ଲକ୍ଷ୍ୟ କରାଯାଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଗୋମାତାଙ୍କୁ ଗୁଡ,ବୁଟ, ଖାଇବାକୁ ଦିଅନ୍ତୁ
