ମେଷ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି ଫଇସଲା କରିବା କଠିନ ହେବ। ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼ିକୁ ରହିବ। ଭୁଲ୍ ବାଟରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ ।
ବୃଷ: ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ । ବ୍ୟକ୍ତିତ୍ବ ବିକଶିତ ପାଇଁ ଭଲ ଦିନଟିଏ । ପରିବାରରେ ନୂଆ ଦାୟିତ୍ବ ତୁଲାଇବେ। ଅଫିସରେ ବହୁ ଦିନରୁ ବାକି ଥିବା କାମ ପୂରା କରିପାରିବେ ।
ମିଥୁନ: ପିଲା ଆପଣଙ୍କୁ କୌଣସି ଶୁଭ ଖବର ଦେବେ। ଘର ପାଇଁ କୌଣସି ନୂଆ ଜିନିଷ କିଣି ବେ। ଭବିଷ୍ୟତ ଉଜ୍ଜ୍ବଳ ପାଇଁ ନୂଆ ପଦକ୍ଷେପ ନେବେ।
କର୍କଟ: ସାମାଜିକ ଗତିବିଧିରେ ଆପଣଙ୍କର ପ୍ରତିଭା ଖୋଲିକରି ସାମନାକୁ ଆସିବ । ଚାକିରିଜୀବୀ ଅଧିକ କାର୍ଯ୍ୟଭାର ବହନ କରିବା ଯୋଗୁଁ ଅଫିସରେ ଅଧିକ ସମୟ ରହିବାକୁ ପଡ଼ିବ। ଘରକୁ କୁଣିଆ ଆସିବେ।
ସିଂହ: ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ଆପଣ ନିଜର ବାଣୀ ଉପରେ ସଂଯମ ରଖିବା ଦରକାର। ପିଲାଙ୍କ ସଂପର୍କରେ ଆପଣଙ୍କୁ ଗର୍ବ ଅନୁଭବ ହେବ। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
କନ୍ୟା: ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିବ। ଅର୍ଥ ମାମଲାକୁ ନେଇ ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଅନ୍ତୁ। ଜୀବନସାଥୀ ସହିତ କୌଣସି ହୋଟେଲକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରନ୍ତି।
ତୁଳା: ସକାରାତ୍ମକ ବିଚାରଧାର ଲୋକଙ୍କ ସହ ରହିବାର ଅବସର ପାଇବେ। ମୂଲ୍ୟବାନ ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। ଜୀବନସାଥୀଙ୍କ ସହ ନୂଆ ସ୍ତାନ ବୁଲିଯାଇପାରନ୍ତି ।
ବିଛା: କୌଣସି ଶୁଭ ଖବର ପାଇବେ। ଜମି ସମ୍ବନ୍ଧୀୟ ଅଟକିଥିବା ମାମଲା ପୂରା ହୋଇଯିବ। ଅନ୍ୟମାନଙ୍କ କଥାକୁ ବିଶ୍ବାସ ନକରି ନିଜର ନିର୍ଣ୍ଣୟକୁ ସର୍ବୋପରି ରଖନ୍ତୁ। ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।
ଧନୁ: ଆପଣଙ୍କୁ କୌଣସି ଉପଲବ୍ଧି ମିଳିବା ଯୋଗ ରହିଛି । ଛାତ୍ରଛାତ୍ରୀ ପଢ଼ିବା କ୍ୟାରିୟରକୁ ନେଇ ପରିଶ୍ରମର ଲାଭ ପାଇବେ।
ମକର: କାର୍ଯ୍ୟକ୍ଷେତ୍ରରେ ଭଲ ଢ଼ଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ ।
କୁମ୍ଭ: କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପାର୍ଶ୍ବ ଉପରେ ବିଚାର କରନ୍ତୁ । ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିୟର ସମ୍ବନ୍ଧୀୟ ଗତିବିଧିକୁ ନେଇ ଆଗ୍ରହୀ ରହିବେ ।
ମୀନ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ । ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଦିନଟିକୁ ଯଗିରଖି ଚଳନ୍ତୁ ।