Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ..

Sanchar Live by Sanchar Live
February 23, 2025
in ଜୀବନ ଶୈଳୀ
0
ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କର ରାଶି
0
SHARES
56
VIEWS
FacebookTwitter

ମେଷ : ପାରିବାରିକ କ୍ଷେତ୍ରର ଅସ୍ଥିରତା କର୍ମକ୍ଷେତ୍ର ଉପରେ କୌଣସି କୁପ୍ରଭାବ ପକାଇବ ନାହିଁ । ବ୍ୟସ୍ତତା ଓ ବ୍ୟଗ୍ରତାକୁ ପ୍ରତିରୋଧ କରି କାମକୁ ପୂର୍ଣ୍ଣାଙ୍ଗ କରିବାରେ ସାହାଯ୍ୟ ପାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ଦେଖେଇ ଶିଖେଇ ବହୁତ କଥା କହିପାରନ୍ତି । ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ ।

ବୃଷ : ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି । ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ । ଆଲୋଚନା ସଭାରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି ।

ମିଥୁନ : କର୍ମକ୍ଷେତ୍ରରେ ନିଜର ପତିଆରା ବୃଦ୍ଧି ସହକର୍ମୀଙ୍କ ଅସନ୍ତୋଷର କାରଣ ହୋଇପାରେ । ବିଭିନ୍ନ ପ୍ରତିବନ୍ଧକ ଜନିତ ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଆଗାମୀ ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ଗୃହସଜ୍ଜାରେ ମନୋନିବେଶ କରିବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି ।

କର୍କଟ : କର୍ମକ୍ଷେତ୍ରରେ ସମସ୍ତ ସମସ୍ୟା ମୁକାବିଲା କରି ସଫଳତା ହାସଲ କରିବେ । ଆପଣ ଆଜି ଯେକୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର ମୁଖ୍ୟ କାରଣ ହୋଇ ରହିବ। ସ୍ବାସ୍ଥ୍ୟ ସଚେତନତା ଅଭାବରୁ କ୍ରନିକ୍‌ ରୋଗଜନିତ ସମସ୍ୟା ଲାଗି ରହିବ ।

ସିଂହ : କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରହିବ । ସାହାଯ୍ୟ ସହଯୋଗ ଲାଭକରି କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ପରିବେଶ ଅଭାବରୁ ଚିନ୍ତା ପ୍ରକଟ କରିପାରନ୍ତି । ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଉତ୍ସବ ଅନୁଷ୍ଠାନରେ ଯୋଗଦେଲେ ସମ୍ମାନିତ ହେବେ ।

କନ୍ୟା : ପ୍ରତ୍ୟେକ କାମକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରି ସଫଳ ହେବେ । କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହେବେ । ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ । ମନ ଭିତରେ ଲୁଚି ରହିଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେବାର ଆଶଙ୍କା ରହିଛି ।

ତୁଳା : ପ୍ରତ୍ୟେକ କାମରେ ସମସ୍ୟା ବୃଦ୍ଧି ପାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି । ନିଜ ଅସଫଳତାର କାରଣ ଖୋଜିବାକୁ ଯାଇ ଭାବପ୍ରବଣତାରେ ନିଜକୁ ହଜାଇଦେବେ । ସହକର୍ମୀଙ୍କ ସହ ବହୁଦିନର ମତାନ୍ତର ଜନିତ ସମସ୍ୟା ସମାଧାନ ହୋଇଯିବ । ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବାରୁ ପରିବାରରେ ଶାନ୍ତି ଫେରିଆସିବ ।

ବିଛା : କର୍ମକ୍ଷେତ୍ରରେ ଟେନ୍‌ସନ ଲାଗି ରହିବ । ବନ୍ଧୁଙ୍କ ବ୍ୟବହାର ମନକୁ ନ ପାଇଲେ ମଧ୍ୟ ମନକଥା ମନରେ ରଖି ଅଶାନ୍ତ ମନ ନେଇ ଚଳିବାକୁ ବାଧ୍ୟହେବେ । କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟହେବେ ।

ଧନୁ : ପାରିବାରିକ ଦୃଷ୍ଟିକୋଣରୁ ଖୁସିରେ ରହିବେ । ପ୍ରିୟ ବନ୍ଧୁଙ୍କ ସମ୍ପର୍କରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି । ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଗବେଷଣା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ । ନିର୍ମାଣାଧୀନ ଗୃହ, ଯାନବାହନକୁ ଶେଷ ସ୍ପର୍ଶ ଦେଇ ଖୁସି ମନାଇବେ ।

ମକର : ବୃଥା ଭାବନାଜନିତ ଅନ୍ୟମନସ୍କ ହେତୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ । ଅସାବଧାନତା କାରଣରୁ ଧନହାନି ଘଟିବାର ପୂର୍ଣ୍ଣ ସମ୍ଭାବନା ରହିଛି । ପାରିବାରିକ ଅସ୍ଥିରତା ବନ୍ଧୁମାନଙ୍କ ସାହାଯ୍ୟରୁ ଦୂରୀଭୂତ ହୋଇଯିବ । ସାମାଜିକସ୍ତରରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ସମସ୍ୟାକୁ ସୁଧାରିନେବେ ।

କୁମ୍ଭ : ପରିବାର ଲାଗି ବେଶି ସମୟ ନ ଦେବା କାରଣରୁ ପରିବାରରୁ ସମାଲୋଚିତ ହେବେ । ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଂଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି । ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ସାୟାହ୍ନେ ଟେନ୍‌ସନ ବଢ଼ିଯିବ । ସାମାଜିକସ୍ତରରେ ନିଜେ ଜଳି ଅନ୍ୟମାନଙ୍କ ହିତ ଚିନ୍ତା କରିପାରନ୍ତି ।

ମୀନ : ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । କାର୍ଯ୍ୟରେ ଅସଫଳତା କାରଣରୁ ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ । ଆକସ୍ମିକ ଭାବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିପାରେ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଗାମୀ ୨ଦିନ ଯାଏ ରାଜ୍ୟରେ ବର୍ଷା, ୨୪ ଘଣ୍ଟାରେ ୭ଜିଲ୍ଲାକୁ ୱାର୍ଣ୍ଣିଂ

ଆଗାମୀ ୨ଦିନ ଯାଏ ରାଜ୍ୟରେ ବର୍ଷା, ୨୪ ଘଣ୍ଟାରେ ୭ଜିଲ୍ଲାକୁ ୱାର୍ଣ୍ଣିଂ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.