ମେଷ: ମାସ ଆରମ୍ଭରୁ ଶୁଭ ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଚାନକ ଖୁସି ଖବର ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ବିଦ୍ୟାର୍ଥୀଙ୍କ ପାଇଁ ଅନୁକୂଳ ସମୟ।
ବୃଷ: ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶ ଯାତ୍ରା କରିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ପିତୃ ସମ୍ପତ୍ତିକୁ ନେଇ ଭାଇ-ଭାଇ ମଧ୍ୟରେ କଳହ ହୋଇପାରେ।
ମିଥୁନ: ସୁସମ୍ବାଦ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରଶଂସା ପାଇବେ। ସାମାଜିକ କାର୍ଯ୍ୟ କରିବାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବେ।
କର୍କଟ: ସନ୍ତାନଙ୍କ କୃତିତ୍ବରେ ଅଭିଭାବକ ଖୁସି ହେବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବିପଦ ବେଳେ ସମ୍ପର୍କୀୟଙ୍କ ସାହାଯ୍ୟ ମନୋବଳ ବଢ଼ାଇବ। ଦୂରସ୍ଥାନ ଯାତ୍ରା ଯୋଗ ରହିଛି।
ସିଂହ: ଅଫିସ୍ରେ କାମଚାପ ଅଧିକ ରହିବ। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପ୍ରେମ ବ୍ୟାପାରରେ ଧୋକା ଖାଇପାରନ୍ତି।
କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଚିନ୍ତିତ ହୁଅନ୍ତୁନି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଦିନସାରା ବ୍ୟସ୍ତ ରହିବା କାରଣରୁ ଥକ୍କାପଣ ଅନୁଭବ କରିବେ।
ତୁଳା: ପରିବାର ଲୋକଙ୍କ ସହ ସମୟ ବିତାଇବେ। କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ଖେଳପ୍ରିୟ େହବେ।
ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବା ଦରକାର। ପ୍ରେମ ବ୍ୟାପାରରେ ଶୁଭ ଖବର ପାଇବେ । ଆର୍ଥିକ ସ୍ଥିତି ସ୍ଥିର ରହିବ। ଘର କାମରେ ବ୍ୟସ୍ତ ରହିପାରନ୍ତି।
ଧନୁ: ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଘର କାମରେ ବ୍ୟସ୍ତ ରହିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଦୂରଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ମକର: ଟଙ୍କା ନେଣଦେଣ କାର୍ଯ୍ୟରେ ଅନ୍ୟ ଉପରେ ଅଧିକ ଭରସା କରନ୍ତୁନି। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ।
କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଅନ୍ୟକୁ ଉଧାର ମାଗିପାରନ୍ତି।
ମୀନ: ଶିକ୍ଷାକ୍ଷେତ୍ରରେ ସଫଳ ହେବେ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।