ମେଷ:- ଚାକିରିଜୀବୀଙ୍କ ଲାଗି ଦିନଟି ଲାଭକାରୀ ରହିବ । ଆପଣଙ୍କ ଭଲ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ । ବେପାରରେ ଉନ୍ନତ ହେବ । ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ ।
ବୃଷ:- ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସମାରୋହକୁ ଯାଇପାରନ୍ତି । ଚାକିରି କରିବା ପାଇଁ ନୂଆ ଅବସର ପାଇବେ । ପ୍ରେମ ସମ୍ବନ୍ଧ ମଧୁର ହେବ ।
ମିଥୁନ:- ପରିଶ୍ରମ, ଧୈର୍ଯ୍ୟ ଓ ବୁଦ୍ଧିବଳରେ କାମକୁ କରିନେବେ । ଚୁକ୍ତିବଦ୍ଧ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ ଭଲ ହେବ ।
କର୍କଟ:- ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ । ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂପେ ଆପଣଙ୍କୁ ସାଥ୍ ଦେବ । ସନ୍ଧ୍ୟାରେ ଜୀବନସାଥୀ ସହିତ ବାହାରକୁ ବୁଲିଯିବା ଏବଂ ଭୋଜନ କରିବାରେ ଆପଣଙ୍କୁ ଶାନ୍ତି ମିଳିବ ।
ସିଂହ:- ପୁରୁଣା କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ । ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାମାଜିକ ସ୍ତରରେ ବହୁତ ସକ୍ରିୟ ରହିବେ । ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ ।
କନ୍ୟା:- ଶାନ୍ତିରେ କାମକୁ ସମାପ୍ତ କରିବାରେ ଚେଷ୍ଟା କରିବେ । ଅନ୍ୟମାନଙ୍କ ଭାବନାକୁ ବୁଝିବାରେ ସଫଳ ହେବେ । ଆପଣଙ୍କ ସନ୍ତାନର ଉନ୍ନତି ଯୋଗୁଁ ଖୁସି ହେବେ । ଭାଷାରେ ମଧୁରତା ରଖନ୍ତୁ ଆପଣଙ୍କ ଲାଗି ଭଲ ହେବ ।
ତୁଳା:- ଆର୍ଥିକରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ । ଜୀବନରେ ଆଗକୁ ବଢ଼ିବେ । ଉଚିତ ଭୋଜନ ଉପରେ ଧ୍ୟାନ ଦିଅନ୍ତୁ । କ୍ୟାରିୟରରେ ଆପଣଙ୍କ ଗୁରୁଙ୍କର ସହଯୋଗ ପାଇବେ ।
ବିଛା:- ଜୀବନସାଥୀଙ୍କ ଭଲ ପରାମର୍ଶରେ ଉପାର୍ଜନ ଲାଗି ନୂଆ ମାର୍ଗ ପାଇବେ । ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବନ୍ଧୁ ସହିତ କୌଣସି କଥା ଉପରେ ବିଚାର ବିମର୍ଶ କରିବେ ।
ଧନୁ:- ଘର ପରିବାରରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ । ମେଡ଼ିକାଲ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । କଳା ଛାତ୍ରଛାତ୍ରୀ ପରିଶ୍ରମର ସୁଫଳ ପାଇବେ ।
ମକର:- ଅଫିସରେ ସମସ୍ତଙ୍କ ସହିତ ଭଲ ସଂପର୍କ ରହିବ । ସାମାଜିକ ଗତିବିଧିରେ ଯୋଗଦାନ ଦେବେ । ବନ୍ଧୁ ସହିତ ବାହାରକୁ ବୁଲି ଯିବେ । ଗାଡ଼ି କିଣିବା ପାଇଁ ବାପାଙ୍କ ସହିତ କଥା ହେବେ ।
କୁମ୍ଭ:- ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ । ସାମାଜିକ ସ୍ତରରେ ଲୋକଙ୍କ ସାହାଯ୍ୟ ମିଳିବା ହେତୁ ଆଗକୁ ବଢ଼ିବେ । ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ ।
ମୀନ:- ବେପାରରେ କ୍ଷେତ୍ରରେ ଟିକେ ବାଧା ପରେ ଲାଭ ପାଇବେ । କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ । ସାମାଜିକ ପରିସର ଓ ସମ୍ମାନରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ ।

