Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

Sanchar Live by Sanchar Live
January 12, 2025
in ଜୀବନ ଶୈଳୀ
0
ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ
0
SHARES
25
VIEWS
FacebookTwitter

ମେଷ : ଆଜି ଆପଣ ପରିବାର ସହିତ ଖୁସିର ସମୟ ବିତାଇବେ । ବହୁ ଦିନ ହେଲା ଅଟକିରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ, ନୃତ୍ୟ, ସଙ୍ଗୀତ, ଭାଷଣ ଓ ପ୍ରବଚନରୁ ପ୍ରଶଂସିତ ହେବେ ।

ବୃଷ : ଆଜି ଧାର୍ମିକ କିମ୍ବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ଯାତ୍ରା, ବନ୍ଧୁମିଳନ, ବ୍ୟବସାୟିକ କ୍ଷେତ୍ର ଭଲ ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ ।

ମିଥୁନ : କର୍ମଜଞ୍ଜାଳ ବୃଦ୍ଧି ହେତୁ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇପାରେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ । ସଭାସମିତିରେ ସହମତିର ଅଭାବ ଫଳରେ ସିଦ୍ଧାନ୍ତରେ ଉପନୀତହେବା କଷ୍ଟକର ହେବ । ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବନାହିଁ ।

କର୍କଟ : କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁଙ୍କ ମାଧ୍ୟମରେ ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲକରିବେ । ପାରିବାରିକ ସମ୍ପର୍କ ହାନି ଚିନ୍ତାର କାରଣ ହେବ । ସଂଯମର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ ।

ସିଂହ : କୌଣସି ଗୁଜବ ମନକୁ ଚହଲାଇଦେବା ସାଙ୍ଗକୁ ସମ୍ପର୍କୀୟଙ୍କ ଅସହଯୋଗ ଦୁଃଖ ବଢ଼ାଇବ । ସହକର୍ମୀଙ୍କ ସହ ଅର୍ଥ ଦେଣନେଣକୁ ନେଇ ଝଗଡ଼ା ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ପରିବାରର ଖର୍ଚ୍ଚ ବଢ଼ିଯିବାରୁ ସାମୟିକ ଚିନ୍ତା କରିପାରନ୍ତି ।

କନ୍ୟା : ଆଜିର ଯାତ୍ରା, କାର୍ଯ୍ୟାରମ୍ଭ, ସଭାସମିତି, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ସଫଳତା ପାଇବେ । ବାଣିଜ୍ୟ, ପରିବହନ, ଆଲୋଚନା, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ଜାହିରକରି ସମାଲୋଚିତ ହେବେ । ସାହିତ୍ୟ, ସାମ୍ବାଦିକତା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।

ତୁଳା : ବିଭିନ୍ନ ସମସ୍ୟା ସାଙ୍ଗକୁ କାମର ଚାପ ବୃଦ୍ଧି ଅସ୍ଥିରତାର କାରଣ ହେବ । ଆଜି ଯେତେ ସୁବିଧା ପାଇଲେ ମଧ୍ୟ ସନ୍ତୁଷ୍ଟ ହୋଇପାରିବେ ନାହିଁ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ । କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ ।

ବିଛା : ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବ । ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶାର ଫଳ ମିଳିବ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ କିମ୍ବା କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ପ୍ରିୟଜନଙ୍କ ଅନୁପସ୍ଥିତିରୁ ବ୍ୟସ୍ତତା ଅନୁଭବ କରିପାରନ୍ତି ।

ଧନୁ : ଅଧିକାଂଶ କ୍ଷେତ୍ରରେ ବିବାଦୀୟ କଥା ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ହେବ । ଯେତେ ପାଇଲେ ମଧ୍ୟ ଅଭାବ ଲାଗି ରହିବ । ସଭାସମିତି, ପ୍ରଶାସନ, ପ୍ରକାଶନ, ସାମ୍ବାଦିକତା କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ପ୍ରଭୃତି ପାଇଁ ଦିନଟି ମନ୍ଦ ନୁହେଁ ।

ମକର : କୌଣସି ଅସୁବିଧା ନ ଥାଇ ମଧ୍ୟ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇପାରେ । ଦରକାରୀ ଜିନିଷ ଅନ୍ୟକୁ ଦେଇ ଅପଦସ୍ଥ ହୋଇପାରନ୍ତି । ବନ୍ଧୁଙ୍କ ପରାମର୍ଶରେ ନୂତନ ସ୍ଥାନ ଭ୍ରମଣ କରିବେ । ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସହକର୍ମୀ ଓ ନିଜ ଲୋକମାନେ ପାଖ ମାଡ଼ିବେ ନାହିଁ ।

କୁମ୍ଭ : ବନ୍ଧୁମିଳନ, ସହଯୋଗ ଭିତ୍ତିରେ କାର୍ଯ୍ୟସାଧନ, ଦେବଦର୍ଶନ ଭ୍ରମଣ, ପର୍ଯ୍ୟଟନାଦି ପାଇଁ ସ୍ମରଣୀୟ ଦିନଟିଏ । କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି, ବ୍ୟବସାୟରେ ଉନ୍ନତି, ମାଲିମକଦ୍ଦମାରେ ସଫଳତା ଓ ଗଣମାଧ୍ୟମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତିର ସୂଚନା ରହିଛି । ଆଜିର ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି ।

ମୀନ : କଳା, ସାହିତ୍ୟ, ସଙ୍ଗୀତାଦିରେ ପ୍ରତିଷ୍ଠା ଲାଭକରିପାରନ୍ତି । ଯାତ୍ରା, ଭ୍ରମଣ, ଶୁଭ କାର୍ଯ୍ୟାରମ୍ଭ, ସତ୍‌ଚିନ୍ତା ଓ ଶୁଦ୍ଧଭାବନାରେ ମନୋନିବେଶ କରିବେ । ସାମାନ୍ୟ ଅସୁବିଧାକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ । ପରିବାରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.