ମେଷ : ଆପଣଙ୍କ ଟାଣ ଓ ରୋକ୍ଠୋକ୍ କଥା ବନ୍ଧୁଙ୍କ ଭାବନାକୁ ବଦଳେଇ ଦେଇପାରେ । ତଥାପି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।
ବୃଷ : ପାରିବାରିକ ପରିସ୍ଥିତି ଭଲ ରହିବ । ଯାତ୍ରା, ଶିଳ୍ପ, ପରିବହନ ତଥା ବ୍ୟବସାୟରୁ ସୁଫଳ ପାଇବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଭୃତି ଉନ୍ନତ ରହିବ । ଗୃହୋପକରଣ କ୍ରୟ କରିପାରନ୍ତି ଅଥବା ବନ୍ଧୁ ମିଳନ ଘଟିବାଜନିତ ଖୁସି ରହିପାରନ୍ତି ।
ମିଥୁନ : ଆଜି ସ୍ବାସ୍ଥ୍ୟ ଭଲ ରହିବ । ପରିପାର ସହିତ ଖୁସିର ସମୟ ବିତାଇବେ । ସାଙ୍ଗମାନଙ୍କ ସହିତ ବାହାରକୁ ମଧ୍ୟ ଯାତ୍ରା କରିପାରନ୍ତି । ପିଲାମାନଙ୍କ ପାଇଁ ମଧ୍ୟ ଦିନଟି ବହୁତ ଭଲରେ କରିବ । କିଛି ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରନ୍ତି ।
କର୍କଟ : କର୍ମକ୍ଷେତ୍ରରୁ, ଯାତ୍ରା, ବାଣିଜ୍ୟ, ଅର୍ଥସମ୍ମାନ ସହ ବନ୍ଧୁଙ୍କ ଶୁଭେଚ୍ଛା ପାଇବେ । ଅନ୍ୟକୁ ବହୁତ କହିବେ କିନ୍ତୁ ନିଜକୁ କିଏ କିଛି କହିଲେ ତାହା ସହ୍ୟ କରିବା କାଠିକର ପାଠ ହୋଇପାରେ । ସତର୍କତାର ଅଭାବ କିମ୍ବା ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି ।
ସିଂହ : ଆପଣ ନକାରାମତ୍କ ଚିନ୍ତାଧାରାରେ ବିବ୍ରତ ରହିପାରନ୍ତି । ଚିନ୍ତା ଓ ଭାବନା ଉନ୍ନତ ରହିବା ସହ ଶ୍ରୁତିରୋଚକ କଥନଶୈଳୀର ଆକର୍ଷଣ ସମ୍ମାନ ଓ ସୈାଜନ୍ୟ ପ୍ରଦାନ କରାଇବ । ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ ସଫଳତା ପାଇପାରନ୍ତି ।
କନ୍ୟା : ନିଜର ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବା ସହ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ । ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିିବାର ଯୋଗ ରହିଛି । କଳା, ସାହିତ୍ୟ, ସଙ୍ଗୀତ ସମାରୋହ, ସାମ୍ବାଦିକତା କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି ।
ତୁଳା : ଆଜି ପ୍ରତିବନ୍ଧକକୁ ପ୍ରତିହତ କରିବେ । ସାଧାରଣ କଥାରେ ଉଦ୍ବେଗ ଓ ଅସ୍ଥିରତା ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିପାରେ । କର୍ମକ୍ଷେତ୍ର କିମ୍ବା ଯାତ୍ରା ସମୟରେ ଅନ୍ୟମନସ୍କତାରୁ କେତେକ ଭୁଲ କରିପାରନ୍ତି । ଶିଳ୍ପ, କାରିଗରି, ବାଣିଜ୍ୟ, ପ୍ରକାଶନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ ।
ବିଛା : ଆଜି ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି । ଅସୂୟା ମନୋଭାବ ପୋଷଣ କରୁଥିବା ନିକଟସ୍ଥ ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ ହେବ । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି ଆପଣଙ୍କ କାମକୁ ଆସିବ ।
ଧନୁ : ଆଜି ପ୍ରତ୍ୟେକ କାମରେ ସଫଳତା ପାଇବେ । ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ । ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଦୂରାଗତ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ କଟାଇବେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସାମୟିକ ଦୁଃଖକୁ ଭୁଲି ଯାଇପାରନ୍ତି ।
ମକର : ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ । ଯେଉଁ କାମ ସକାଶେ ଅର୍ଥର ଆବଶ୍ୟକତା ମନେ କରୁଛନ୍ତି ତାହା ଅଳ୍ପ ସମୟ ମଧ୍ୟରେ ପୂରଣ ହୋଇଯିବ । ମାନସିକ ଅବସାଦ ବଢ଼ିବାରୁ କୌଣସି କାମ ଠିକ ଭାବେ ହୋଇ ନ ପାରେ । କର୍ମକ୍ଷେତ୍ରର ସମସ୍ୟା ସମାଧାନ ଆଶା ରହିଛି ।
କୁମ୍ଭ : ଆଜି ସନ୍ତାନଙ୍କ ସମସ୍ୟା ସମାଧାନରେ ସଫଳତା ପ୍ରଦାନ କରିବ । ବନ୍ଧୁଙ୍କ ସହ ସୁସମ୍ପର୍କ ବଜାୟ ରଖିବେ । ପାରିବାରିକ କ୍ଷେତ୍ରରେ ବିତର୍କ, ଯାନବାହନ ଚାଳନାରେ ସମସ୍ୟା, ସାଧାରଣ କଥାରେ ଦ୍ୱନ୍ଦ୍ୱ ସୃଷ୍ଟି କରାଇପାରେ । କଳା, ସାହିତ୍ୟ, ସଙ୍ଗୀତ, ପ୍ରବଚନ ତଥା ସାମ୍ବାଦିକତା କ୍ଷେତ୍ରରେ ସମ୍ମାନିତ ହେବେ ।
ମୀନ : ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ଅଟକିବ ନାହିଁ । କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ ଏବଂ କେତେକ କ୍ଷେତ୍ରରେ ଅନୁତାପ କରିପାରନ୍ତି । ଶିକ୍ଷା, ଗବେଷଣାରେ ପ୍ରଶଂସିତ ହେବେ । ଜମା ପଡୁ ନ ଥିବା କୌଣସି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି ।

