ହିମାଚଳ ପ୍ରଦେଶ କୁଲ୍ଲୁରେ ବଡ଼ ଧରଣର ଭୂସ୍ଖଳନ। ମାଣିକରଣସ୍ଥିତ ଏକ ଗୁରୁଦ୍ବାରା ନିକଟରେ ଭୂସ୍ଖଳନ ଯୋଗୁ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି। ଲ୍ୟାଣ୍ଡ ସ୍ଲାଇଡ ପରେ ସ୍ଥାନୀୟ ଅଞ୍ଚଳରେ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ମୃତକଙ୍କ ସଠିକ୍ ପରିଚୟ ମିଳିପାରିନାହିଁ। ଭୂସ୍ଖଳନ ପରେ ଅନେକ ଯାତ୍ରୀ ଅଧାବାଟରେ ଫସିଥିବା ସୂଚନା ମିଳିଛି। ଆହତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତା ବନ୍ଦ ହେବା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।