ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚେଚୁଛି ବର୍ଷା। ବର୍ଷା ସାଙ୍ଗକୁ ପବନ। ଅସ୍ତବ୍ୟସ୍ତ ଜନଜୀବନ। କହି ରଖୁଛୁ କି, ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ତାତି ହ୍ରାସ ପାଇଛି। ୩ ଦିନ ପରେ ବର୍ଷାର ପ୍ରଭାବ କମିବ ଓ ପୁଣି ୨୦ ତାରିଖରୁ ରାଜ୍ୟରେ ତାତି ବଢ଼ିବ। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ନିମ୍ନ ଚାପ ରେଖା ସକ୍ରିୟ ରହିଛି। ଫଳରେ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି।
ଶୁକ୍ରବାର ମାଲକାନଗିରି, କୋରାପୁଟ,ରାୟଗଡା,ଗଜପତି, ଗଞ୍ଜାମ, ରାୟଗଡା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ଏଥିନିମନ୍ତେ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନର ବେଗ ୩୦ ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି।