ପୁଣି ଆସୁଛି ଆଉ ଏକ ଲଘୁଚାପ । ୪ ତାରିଖରୁ ତୁହାକୁ ତୁହା ଭିଜିବ ଓଡ଼ିଶା । ଉତ୍ତର, ଦକ୍ଷିଣ ପରେ ଏବେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଚିବ । ଏହି ଲଘୁଚାପଟି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଛତିଶଗଡ ମୁହାଁ ହେବ । ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡା ଏବଂ ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପଟି ଅଧିକ ଘନୀଭୁତ ହୋଇ ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ଥିବା ଅବପାତ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ଅବପାତଟି ଦୁର୍ବଳ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପ୍ରଭାବରେ ଆଜି ପ୍ରବଳ ବର୍ଷା ନେଇ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେବାର ସମ୍ଭାବନା ରହିଛି।