ସଂଚାର ବ୍ୟୁରୋ: ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ନଗର ଲେନ୍ – ୮ ରୁ ଏମ. ହେମ ସୁନ୍ଦର ନାମକ ବ୍ୟକ୍ତିଙ୍କ ଘରୁ ଲୁଟ। ଗତକାଲି ବିଳମ୍ବିତ ରାତିରେ ଘରେ କେହିନଥିବା ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ। ଘରର କବାଟ୍ ଭାଙ୍ଗି ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଥିବା ଘର ମାଲିକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ୧ ଭରିରୁ ଅଧିକ ସୁନା ଓ ୩ କେଜି ରୁପା ଅଳଙ୍କାର ଚୋରି କରିନେଇଥିବା ଜଣାପଡିଛି। ହେମ ସୁନ୍ଦର ତାଙ୍କ ବାପାଙ୍କ ଶ୍ରାଦ୍ଧକାର୍ଯ୍ୟରେ ଯୋଗଦେବାକୁ ଆନ୍ଧ୍ରର ପିଠାପୁରକୁ ଯାଇଥିଲେ। ଘରେ କବାଟ ଖୋଲା ଥିବା ଦେଖି ପଡୋଶି ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଚୋରି ହୋଇଥିବା ଜାଣିବା ପରେ ଗୁଣୁପୁର ପୋଲିସକୁ ଖବର ଦେଇଥିଲୋ। ଖବର ପାଇ ଘଟଣା ସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନ କୁକୁରର ସହାୟତାରେ ତଦନ୍ତ ଜାରି ରହିଛି।

