ଆଇପିଏଲ୍ ୨୦୨୫ରେ ଆଜି ଦୁଇଟି ବଡ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଦ୍ୱିତୀୟ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଲଖନଉ ସୁପର ଜାଏଣ୍ଟଓ ମଧ୍ୟରେ ରହିଛି ।
ଗୁଜରାଟ ଓ ଦିଲ୍ଲୀର ମ୍ୟାଚ୍ ଆଜି ଅପରାହ୍ନ ୩ଟା ୩୦ରେ ଖେଳାଯିବ । ବର୍ତ୍ତମାନ ଅକ୍ଷର ପଟେଲଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଦିଲ୍ଲୀ ଏ ପର୍ଯ୍ୟନ୍ତ ୬ଟି ଖେଳି ୫ଟି ଜିତିଛି । ଅନ୍ୟପଟେ ଶୁଭମନ ଗିଲଙ୍କ ଗୁଜରାଟ ଟାଇଟନ୍ସ ମଧ୍ୟରେ ପଛରେ ନାହିଁ । ଗୁଜରାଟ ଅଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଗୁଜରାଟ ଛଅଟି ମ୍ୟାଚ୍ ଖେଳି ଚାରୋଟି ଜିତିଛି ।
ଗୁଜରାଟ ଓ ଦିଲ୍ଲୀ ହେଡ ଟୁ ହେଡରେ ଅକ୍ଷର ପଟେଲଙ୍କ ଟିମ୍ ଆଗରେ ରହିଛି । ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ଆଇପିଏଲରେ ୫ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଗୁଜରାଟ ୨ ଓ ଦିଲ୍ଲୀ ୩ଟି ମ୍ୟାଚ୍ ଜିତିଛି ।