ସଂଚାର ବ୍ୟୁରୋ: ଉଦଳା ଗୋପବନ୍ଧୁନଗର ଚିଲିମା ଠାରେ ପ୍ରତିଷ୍ଠା ହୋଇଛି ଶିରିଡି ସାଇ ମନ୍ଦିର। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ସାଇ ଶ୍ରଦ୍ଧାଳୁଙ୍କ ଗହଣରେ ଗୁରୁଜୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ମନ୍ଦିରର ଫଳକ ଉନ୍ମୋଚନ କରିଥିଲେ। ଏହାସହ ମନ୍ଦିର ଭିତରେ ଶିରିଡି ସାଇଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ। ନୂତନ ଭାବେ ନିର୍ମାଣ ହୋଇଥିବା ଏହି ମନ୍ଦିରରେ ସିରିଡି ସାଇଙ୍କ ବିଗ୍ରହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଷ୍ଠା ଉତ୍ସବରେ ଉଦଳା ସମେତ ବାରିପଦା, ବାଲେଶ୍ୱର ଏବଂ ଅନ୍ୟ ଜିଲ୍ଲାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହିତ ଶିରିଡି ସାଇଙ୍କ ଆଶିଷ ଲାଭ କରିଥିଲେ।