ଆଗକୁ ଆସୁଛି ଧନତେରସ । ଅକ୍ଟୋବର ୧୮ ତାରିଖରେ ଧନତେରସ ପାଳନ ହେବାକୁ ଯାଉଛି ।ଧନତେରସ ଭଳି ଦିନରେ ମା’ ଲକ୍ଷ୍ମୀ,କୁବେର ଦେବତା ଏବଂ ଭଗବାନ ଧନ୍ତୱରୀଙ୍କୁ ଆରାଧନା କରାଯାଏ । ସେଥିପାଇଁ ଧନତେରସକୁ ମଧ୍ୟ ଧନ ତ୍ରୟୋଦଶୀ ନାମରେ ଜଣାଯାଏ । ଏହା ଛଡ଼ା ଧନତେରସରେ ସୁନା, ଗହଣା ଏବଂ ଅଳଙ୍କାର କିଣିବା ଶୁଭ ବୋଲି ସାବ୍ୟସ୍ତ ହୋଇଛି । କ୍ୟାଲେଣ୍ଡର ଅନୁସାରେ ଧନତେରସକୁ ବିଶେଷ ଦିନ ଭାବେ ବିବେଚେନା କରାଯାଏ । କାହିଁକିନା ଏହି ଦିନ ବୃହସ୍ପତି ମିଥୁନ ରାଶି ଛାଡ଼ି କର୍କଟ ରାଶିରେ ପ୍ରବେଶ କରିବେ । କର୍କଟ ରାଶି ହେଉଛି ବୃହସ୍ପତିଙ୍କ ଉଚ୍ଚ ରାଶି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ପୁରା ୧୨ ବର୍ଷ ପାଇଁ କର୍କଟ ରାଶିରେ ଚଳନ କରିବେ । ଯାହା ଏକ କେନ୍ଦ୍ର ତ୍ରିକୋଣ ଯୋଗ ସୃଷ୍ଟି କରିବ । ତେବେ ଆସନ୍ତୁ ଜାଣିବା ଏହି ଧନତେରସ ଭଳି ଦିନରେ ଗୁରୁ ବୃହସ୍ପତିଙ୍କ ଦୁର୍ଲଭ ସଂଯୋଗରେ କେୁଁ ରାଶି ଉପରେ ମା’ ଲକ୍ଷ୍ମୀ, କୁବେରଙ୍କ ଆଶୀର୍ବାଦ ରହିବ ।
୧. କର୍କଟ ରାଶି : କର୍କଟ ରାଶି ପାଇଁ ଧନତେରସ ଶୁଭ ରହିବ । ମା’ ଲକ୍ଷ୍ମୀଙ୍କ କୃପାରେ ସେମାନଙ୍କ ଜୀବନରେ ଧନପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ପରିବାରରେ ଶାନ୍ତି ଏବଂ ଖୁସିର ବାତାବରଣ ରହିବ । ଅଟକି ରହିଥିବା କାମରେ ସଫଳ ହେବ । ବ୍ୟବସାୟୀମାନେ ବିଶେଷ ଲାଭ ପାଇବେ ।
୨. ତୁଳା ରାଶି : ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଧନତେରସ ଭଲ ରହିବ । ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟ ସମୃଦ୍ଧ ହେବ । ବିଦେଶ ଭ୍ରମଣର ସୁଯୋଗ ରହିପାରେ । ଆୟ ବୃଦ୍ଧି ହେବା ସହିତ ପାରିବାରିକ ସୁଖ, ସମୃଦ୍ଧି ମିଳିବ । ସାମାଜିକ ସମ୍ମାନ ମିଳିବ । ଆର୍ଥିକ ସ୍ଥିତିରେ ଲାଭ ମିଳିବ ।
୩. ବିଛା ରାଶି : କର୍କଟ ଏବଂ ତୁଳା ରାଶି ଭଳି ବିଛା ରାଶିର ଲୋକଙ୍କ ପାଇଁ ଧନତେରସ ଶୁଭ ହେବ । ମା’ଙ୍କ ଆଶୀର୍ବାଦ ସମସ୍ୟାରୁ ମୁକ୍ତି ଦେବ । ନୂତନ ବ୍ୟବସାୟର ସୁଯୋଗ ମିଳିବ । ସୁନା କିଣିବା ଲାଭଦାୟକ ହେବ ।

