ସଂଚାର ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅପରେସନ୍ ଗ୍ରୀନ୍ କ୍ଲିନ୍। ପୁଣି ନଷ୍ଟ ହେଲା ୮ କୋଟିର ବେଆଇନ୍ ଗଞ୍ଜେଇ ଗଛ। କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ୍ରୁକିଆ ପଞ୍ଚାୟତରୁ ୮୦ ଏକର ବେଆଇନ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ୍ । ବିଶ୍ବସ୍ତ ସୂତ୍ରରୁ ଖବରପାଇ ବୁଡ୍ରୁକିଆ ପଞ୍ଚାୟତର କାମ୍ପଡ଼ା, ସିପାଞ୍ଜିରୀ ଓ ବୁଡ୍ରୂକିଆ ଅଞ୍ଚଳରେ ପୋଲିସ ଚଢ଼ାଉ କରିଛି। ୮୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।