ସଂଚାର ବ୍ୟୁରୋ: ଗଞ୍ଜେଇ ସହ ମାଫିଆଙ୍କୁ କାବୁ କଲା ଫୁଲବାଣୀ ସଦର ଅବକାରୀ ବିଭାଗ l ଅଭିଯୁକ୍ତ ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗ୍ରାମର ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ଉପ ସଭାପତି ରଘୁପତି କହଁର । ସଦର ଅବକାରୀ ବିଭାଗର ସବ-ଇନ୍ସପେକ୍ଟର ପ୍ରକାଶ ମଲ୍ଲିକଙ୍କ ନେତୃତ୍ଵରେ ୫ ଜଣିଆ ଟିମ୍ ଭେଟକୁଲ୍ ଘାଟିରେ ଚେକିଂ କରୁଥିବା ବେଳେ ଜବତ ହୋଇଛି ଗଞ୍ଜେଇ । ଫୁଲବାଣୀ ପଟରୁ ଏକ ଇଣ୍ଡିଗୋ କାର ବୌଦ୍ଧ ଆଡ଼କୁ ଯାଉଥିବା ବେଳେ ଅବକାରୀ କର୍ମଚାରୀ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ l ତଲାସୀ ବେଳେ ଗାଡ଼ି ଭିତରୁ ୩ଟି ବସ୍ତାରେ ୫୪ କେଜି ଗଞ୍ଜେଇ ବାହାରିଥିଲା । ମାମଲାରେ ରଘୁପତି କହଁରକୁ ଗିରଫ କରିଛି ଫୁଲବାଣୀ ସଦର ଅବକାରୀ ବିଭାଗ l ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛନ୍ତି ସଦର ସବ-ଇନ୍ସପେକ୍ଟର ପ୍ରକାଶ ମଲ୍ଲିକ l