ସଂଚାର ବ୍ୟୁରୋ: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀ ବାହି ବସ । ଫଳରେ ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ୧୪ ଜଣ ଗୁରୁତର ଥିବାବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।