ସଂଚାର ବ୍ୟୁରୋ: ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ଓଲୋଟିଲା ବୋଲେରୋ । ୮ ଜଣ ଆହତ । ସେମାନଙ୍କ ମଧ୍ଯରୁ ୪ ଗୁରୁତର ଅଛନ୍ତି । ଆହତମାନେ ଗୁଲୁବା ପଞ୍ଚାୟତ କାମପଦର ଗାଁର ଆଂଶିକ ବୀର, ପ୍ରଶାନ୍ତ ବୀର, ଏଲିଶା ବୀର ଓ ଜୟନ୍ତୀ ବିର l ଶନିବାର କାମପଦର ଗାଁର ପ୍ରଶାନ୍ତ ବିରଙ୍କ ପରିବାରର ୧୧ ଜଣ ସଦସ୍ୟ ଗୋଟିଏ ବୋଲେରୋରେ ଏକ ମାମଲାର ଶୁଣାଣି ପାଇଁ ମୋହନା କୋର୍ଟକୁ ଆସିଥିଲେ l ଅପରାହ୍ନ ସମୟରେ ଗାଁକୁ ଫେରିବା ବେଳେ ଏକ ସାଇକେଲ ଆରୋହୀକୁ ସାଇଡ ଦେବାକୁ ଯାଇ ଭlରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା l ବୋଲେରୋ ଟି ଓଲଟି ପଡିବା ସହ ପ୍ରାୟ 20 ଫୁଟ ଘୋଷାଡ଼ି ହୋଇ ଯାଇଥିଲା l ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଘଟଣାର ତଦନ୍ତ କରୁଛି ଅଡବା ଥାନା ପୋଲିସ୍ ।