ସଂଚାର ବ୍ୟୁରୋ: ଫୁଲୁଛି ମହାନଦୀ, ମହାନଦୀରେ ବନ୍ୟା ଆଶଙ୍କା । ଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆସିବ । ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ମୁଣ୍ଡଳୀରେ ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୯୬ ହଜାର ୯୫୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳକା, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ କମିଛି ପାଣି । ମହାନଦୀରେ ବିଗତ ଦିନରେ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି । ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।