ସଂଚାର ବ୍ୟୁରୋ: ୨୪ ଘଣ୍ଟାରେ ତିନି ଦେଶରେ ତିନିଟି ବଡ଼ ବିମାନ ଦୁର୍ଘଟଣା । ପ୍ରଥମେ ଦୁର୍ଘଟଣା ଦକ୍ଷିଣ କୋରିଆରେ ଘଟିଥିଲା ଦୁର୍ଘଟଣା । ଏଥିରେ ୧୭୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୨ ଜଣ ସୌଭାଗ୍ଯବଶତଃ ରକ୍ଷା ପାଇଯାଇଥିବା ସୂଚନା ମିଳିଛି। ଦକ୍ଷିଣ କୋରିଆ ଇତିହାସରେ ଏହି ଦୁର୍ଘଟଣା ସବୁଠାରୁ ବଡ ବୋଲି କୁହାଯାଇଛି। ଥାଇଲାଣ୍ଡ ବ୍ଯାଙ୍କକରୁ ଆସିଥିବା ବୋଇଂ ୭୩୭ ଅବତରଣ ବେଳେ ହଠାତ ରନୱେରୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ବିମାନରେ ୧୭୫ ଯାତ୍ରୀ ଓ ୬ କ୍ରିଉ ମେମ୍ବର ଥିଲେ। ଏହି ଦୁର୍ଘଟଣା ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେତୋଙ୍ଗତାର୍ନ ଶୋକବ୍ଯକ୍ତ କରିଛନ୍ତି। ଦ୍ବିତୀୟ ଦୁର୍ଘଟଣା କନାଡା ହେଲିଫ୍ଲେକ୍ସଏୟାର ପୋର୍ଟରେ ହୋଇଥିଲା । ଏଠାରେ ଏୟାର କାନାଡାର ଏକ ବିମାନର ଭୟାନଙ୍କ ଲ୍ୟାଣ୍ଡି ହୋଇଥିଲେ । ଫଳରେ ବିମାନଟି ଟ୍ରାକରୁ ଖସି ଦୁଘଟଣା ଘଟିଥିଲା । ଏହି ବିମାନରେ ଲ୍ୟାଣ୍ଡି ଗିଅରରେ ତୃଟି ଯୋଗୁ ଦୁର୍ଘଟଣା ଘଟିଥିଲା । ତୃତୀୟ ଦୁର୍ଘଟଣା ନରଓ୍ବେ ଅସ୍ଲୋ ଏୟାର ପୋର୍ଟରେ ଘଟିଥିଲା । ଏହି ଦୁଇ ଦୁର୍ଘଟଣାରେ ବି ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।