Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ସମସ୍ତ ଶୈବ ପୀଠରେ ଲାଗିଛି କାଉଡିଆଙ୍କ ଭିଡ଼

Sanchar Live by Sanchar Live
July 14, 2025
in ଓଡିଶା
0
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ସମସ୍ତ ଶୈବ ପୀଠରେ ଲାଗିଛି କାଉଡିଆଙ୍କ ଭିଡ଼
0
SHARES
29
VIEWS
FacebookTwitter

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ୍ ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକର ଆରଡି ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ।

ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତିନୀତି ପାଳନ କରି ନିଷ୍ଠାର ସହ ଜୀବନଯାପନ କରିଥାନ୍ତି । ଶ୍ରାବଣ ମାସସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ଶୈବପୀଠକୁ ଆଣି ମହାଦେବଙ୍କୁ ଜଳ ଲାଗି କରିଥାନ୍ତି । ଆଜି ଶ୍ରାବଣ ପ୍ରଥମ ସୋମବାର ପାଇଁ ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ଶୈବ ପୀଠ ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି ।

ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି । କାଉଡ଼ିଆଙ୍କର ସୁରକ୍ଷା

ଟ୍ରାଫିକ ବ୍ୟବସ୍ଥା,କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ଶ୍ରାବଣ ମାସ ସୋମବାରରେ ଜଳଲାଗି କଲେ ସକଳ ଦୂରାରୋଗ୍ୟ ଦୂର ହେବା ସହ ମନସ୍କାମନା ପୂରଣ ହେବାର ବିଶ୍ବାସ ରହିଛି। ଏଠାରେ କାଉଡିଆଙ୍କ ଜଳଲାଗି ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଆରଡିରେ ଶ୍ରାବଣମାସର ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କ ପୀଠରେ ହଜାର ହଜାର କାଉଡିଆଙ୍କ ଭିଡ ହୋଇଥିବା ଜଣାପଡିଛି। ପୀଠରେ ସୁରକ୍ଷା ବ୍ୟବସ୍ଥା ସହ ରବିବାର ମଧ୍ୟରାତ୍ରରୁ ଜଳଲାଗି ଚାଲିଛି। ସେହିପରି ଧବଳେଶ୍ୱର ପୀଠରେ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଛି। ଶୈବପୀଠକୁ ଆସୁଥିବା କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Tags: bol bomSraban
ShareTweetShareSend
Sanchar Live

Sanchar Live

Next Post
ଲଣ୍ଡନ ସାଉଥଏଣ୍ଡ୍ ଏୟରପୋର୍ଟରେ ବିମାନ ଦୁର୍ଘଟଣା

ଲଣ୍ଡନ ସାଉଥଏଣ୍ଡ୍ ଏୟରପୋର୍ଟରେ ବିମାନ ଦୁର୍ଘଟଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.