ସଂଚାର ବ୍ୟୁରୋ: ଟଙ୍କା ନଦେବାରୁ ଗୁଳିକଲେ ଦୁର୍ବୃତ୍ତ । ଲୁଟେରାଙ୍କ ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର । ବଣାଇଁ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡାରେ ବ୍ୟବସାୟୀଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ । ବାଇକ ଯୋଗେ ଆସି ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ୩ ରାଉଣ୍ଡ ଗୁଳି ଚାଳନା କଲେ ଲୁଟେରା l ଗୁଳିମାଡରେ ରାସନ ବ୍ୟବସାୟୀ ଶଙ୍କର ସାହୁ ଗୁରୁତର I ଗୁଳି ଶଙ୍କରଙ୍କ ଛାତିର ଡାହାଣ ପଟେ ବାଜି ଥିବାବେଳେ ଜଣେ ଗ୍ରାହକଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଛି I ଗୁଳି କରି ଦୁଇ ଦୁର୍ବୃତ୍ତ ରାଉରକେଲା ପଟକୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ଖୋକା ଜବତ କରି ତଦନ୍ତ କରୁଛି ପୋଲିସ୍ । ଗୁରୁତର ଶଙ୍କରଙ୍କୁ ଚିକିତ୍ସା ନିମନ୍ତେ ତାଙ୍କ ସାନଭାଇ ହସପିଟାଲ ନେଇଛନ୍ତି । ରାସନ ଦୋକାନର ସିସି ଟିଭି ଯାଞ୍ଚ କରୁଛି ପୋଲିସ୍ ।.