ସଂଚାର ବ୍ୟୁରୋ: ହୁତୁ ହୁତୁ ହୋଇ ଜଳିଗଲା ଟେଙ୍କର। ବରଗଡ଼-ସମ୍ବଲପୁର ଜାତୀୟ ରାଜପଥ ସରଣ୍ଡା ବସଷ୍ଟାଣ୍ଡ ନିକଟରେ ଅଗ୍ନୀକାଣ୍ଡ। ଟେଙ୍କରଟି ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଗାଡ଼ିରୁ ଧୁଆଁ ବାହାରୁଥିବା ଜାଣିପାରିଥିଲେ ଡ୍ରାଇଭର। ନିଜର ଉପସ୍ଥିତ ବୃଦ୍ଧି ଖଟାଇ ରାସ୍ତା କଡକୁ ନେଇ ଗାଡିରୁ ନିଜେ ଓଲ୍ଲାଇ ପଡିଥିଲୋ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହୀନିକୁ ଯୋଗାଯୋଗ କରିଥିଲୋ। ଦମକଳ ବାହୀନି ଆସି ହୁତୁ ହୁତୁ ହୋଇ ଜଳୁଥିବା ଟେଙ୍କରକୁ ଦୀର୍ଘ ସମୟ ପରେ ଆୟତ୍ତ କରିଥିଲୋ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ତାହା ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।

