ଭୁବନେଶ୍ୱର : ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ । ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ଯାଏଁ ଛୁଟି ନେଇପାରିବେ । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ । ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ।