ସଂଚାର ବ୍ୟୁରୋ: ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ବିଭାଗ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ସୋର-କୁପାରୀ ରାସ୍ତା ପିତାପାଣିଆ ଠାରେ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟିଲା ବୋଲେରୋ । ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ଏଏସଆଇ ଓ ଜଣେ କନେଷ୍ଟବଳ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଖଇରା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଡ୍ରାଇଭର ଓ ଏଏସଆଇଙ୍କ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ୨ ଅଭିଯୁକ୍ତଙ୍କୁ ସୋର କୋର୍ଟରେ ଛାଡ଼ି ଖଇରା ଅବକାରୀ ଅଫିସକୁ ଫେରିବାବେଳେ ଘଟିଛି ଦୁର୍ଘଟଣା। ଖବର ପାଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।