ସଂଚାର ବ୍ୟୁରୋ: ହିନ୍ଦୋଳରେ ହାତୀ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଯୁବକ ଜଣଙ୍କ ହେଲେ ହିନ୍ଦୋଳ ବନାଞ୍ଚଳ ଠେଙ୍ଗା ଗ୍ରାମର ବସନ୍ତ ବେହେରା I ସକାଳୁ ଶୌଚ ହେବାକୁ ଯିବା ସମୟରେ ହାତୀ ତାଙ୍କୁ କଚାଡି ଦେଇଥିଲା I ଗୁରୁତରଙ୍କୁ ବନକର୍ମଚାରୀ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ଗତ ୩ ଦିନରେ ୪ ଜଣ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କଲାଣି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ଅଛନ୍ତି ।

