ସଂଚାର ବ୍ୟୁରୋ : ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ମୃତକ ହେଲେ ପୁରୁଣାକଟକ ଥାନା ଚାରିଛକ କାରଗିଲସାହିର ବାପି ବେହେରା । ନିଜ ଘର ବାରିପଟେ ପାଣି ମୋଟର ଲଗାଇ ଗାଧୋଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇଥିଲେ। ପରିବାର ଲୋକେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର।
© 2024 Sanchar News