ସଂଚାର ବ୍ୟୁରୋ: ଆସନ୍ତାକାଲି ରେଜଲ୍ଟ ଡେ। ହରିୟାଣା ଓ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନର ହେବ ଭୋଟ ଗଣତି। ଭୋଟ ଗଣତି ଲାଗି ଦୁଇ ରାଜ୍ୟରେ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା କଡାକଡ଼ି କରାଯାଇଛି। ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଗତ ଅକ୍ଟୋବର ପହିଲାରେ ଭୋଟଗ୍ରହଣ ଶେଷ ହୋଇଛି। ହରିୟାଣା ବିଧାନସଭାର ମୋଟ ୯୦ ଆସନରେ ଭୋଟଗ୍ରହଣ ହୋଇଥିଲା। ସେହିପରି ଜାମ୍ମମୁ କାଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ଶେଷ ପର୍ଯ୍ୟଆୟ ଭୋଟ ଗ୍ରହଣ ସରିଛି। ଜାମ୍ମୁ କାଶ୍ମୀରରେ ମଧ୍ୟ ମୋଟ ୯୦ ଆସନରେ ଭୋଟଗ୍ରହଣ ଶେଷ ହୋଇଛି। ଜାମ୍ମୁ କାଶ୍ମୀରରେ ୨୦୧୪ରେ ଶେଷ ଥର ଲାଗି ନିର୍ବାଚନ ହୋଇଥିବାବେଳେ ୨୦୧୮ରେ ଲାଗୁ ହୋଇଥିଲା ରାଜ୍ଯପାଳ ଶାସନ।