ଭୁବନେଶ୍ୱର : E-KYC ନେଇ ବଡ଼ ଖବର । ୩୧ ମାର୍ଚ୍ଚ ଯାଏଁ ବଢ଼ିଲା E-KYC ଅବଧି । E- KYC ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ନେଟ୍ ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ୍ ହେଉନି । ଏହାକୁ ନଜରରେ ରଖି E-KYC ଅବଧି ବଢିଛି । ଆଜି ରାସନ କାର୍ଡ ଇ-କେୱାଇସି ପାଇଁ ଶେଷ ତାରିଖ ଥିଲା । ଏ ଯାଏ ୯୦ ପ୍ରତିଶତ ପଞ୍ଜିକରଣ ସରିଛି। ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ e-KYC କରିସାରିଲେଣି। ଆହୁରି ୩୩ ଲକ୍ଷ ବାକି ଅଛନ୍ତି । ରାଜ୍ୟରେ ସମୁଦାୟ 11840 ଟି PDS କେନ୍ଦ୍ରରେ E -KYC ପଞ୍ଜିକରଣ କରାଯାଉଛି। ପୂର୍ବରୁ ରାସନ କାର୍ଡ E-KYC ପାଇଁ ପଞ୍ଜୀକରଣ ଅବଧି ବଢାଇଥିଲେ ସରକାର। ଯେଉଁ ସରକାରୀ ଅଧିକାରୀ ରାସନ କାର୍ଡ ଫେରାଉ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । .
ସୂଚନାଯୋଗ୍ୟ, ଏବେ ରାସନ କାର୍ଡ ହିତାଧିକାରୀଙ୍କ E-KYC ଅପଡେଟ୍ କରାଯାଉଛି । ନାଁ ଏବଂ ଆଧାର କାର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କ ଦସ୍ତଖତ ଓ ଟିପଚିହ୍ନ ନିଆଯାଉଛି । କିଛି ସ୍ଥାନରେ ଆଇ ସ୍କାନ୍ ମଧ୍ୟ କରାଯାଉଛି । ପରିବାରର ଯେଉଁ ସଦସ୍ୟଙ୍କ ନାମରେ ରାଶନ ସାମଗ୍ରୀ ମିଳୁଛି, ସେମାନଙ୍କର ଯାଞ୍ଚ କରାଯାଉଛି । ପରେ E-KYC ମାଧ୍ୟମରେ ଡିଲର ଅପ୍ଡେଟ୍ କରୁଛନ୍ତି ।
ଅନ୍ୟପକ୍ଷରେ ଏହି E-KYC ଅପଡେଟ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି ହିତାଧିକାରୀ । ଘରର ଅନେକ ସଦସ୍ୟ ବାହାର ରାଜ୍ୟ, ଏପରିକି ଦେଶ ବାହାରେ କାମ କରୁଛନ୍ତି । ସରକାର ନିର୍ଦ୍ଧାରିତ କରିଥିବା ମାସକ ମଧ୍ୟରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଥିଲେ । ଏହି ଅବଧିକୁ ବଢ଼ାଇବା ପାଇଁ ହିତାଧିକାରୀଙ୍କ ପକ୍ଷରୁ ଜୋର୍ଦାର ଦାବି କରିଥିଲେ । ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।