ବଢ଼ିଲା ରାସନ୍ କାର୍ଡ ହିତାଧକାରୀଙ୍କ ପାଇଁ e-KYC ତାରିଖ । ଆସନ୍ତା ଫେବୃଆରୀ ୧୫ ତାରିଖ ଯାଏଁ ରାସନ୍ କାର୍ଡ ହିତାଧକାରୀଙ୍କ ପାଇଁ e-KYC ପାଇଁ ପରିବର୍ଦ୍ଧିତ ତାରିଖ ଘୋଷଣା କରାଯାଇଛି । ପୂର୍ବରୁ ଜାନୁଆରୀ ୩୧ତାରିଖ ଅର୍ଥାତ ଆସନ୍ତାକାଲି e-KYC ର ଶେଷ ତାରିଖ ଥିଲା । ବହୁ ହିତାଧିକାରୀ e-KYC କରି ନ ଥିବା କାରଣରୁ ଫେବ୍ରୁଆରୀ ୧୫ ଯାଏ ଏହାକୁ ବଢ଼ା ଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।