ସଂଚାର ବ୍ୟୁରୋ: ଥରିଲା ଉତ୍ତର ଭାରତ। ଦିଲ୍ଲୀ NCRରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୬ଟା ୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ରହିଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି। ଦିଲ୍ଲୀ NCR ସମେତ ବିହାର, ଆସାମ ଓ ପଶ୍ଚିମବଙ୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବାରମ୍ଭାର ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।