ସଂଚାର ବ୍ୟୁରୋ: ହସ୍ପିଟାଲରେ ଚାଲିଛି ପାର୍ଟି । ରୋଗୀ ସେବା ବଦଳରେ ଚାଲିଛି ମଉଜ ମଜଲିସ । ୱାର୍ଡ଼ରେ ଚାଲିଛି ଜନ୍ମଦିନ ପାର୍ଟି l ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଏଭଳି ଭିଡିଓ ଏବେ ସୋସିଆଲ ମଡିଆରେ ଘୁରି ବୁଲୁଛି । ଜଣେ ନର୍ସଙ୍କ ଜନ୍ମ ଦିନରେ ଏଭଳି ମଉଜ ମଜଲିସ ଚାଲିଥିଲା । ଏଥିରେ ଡାକ୍ତରଙ୍କ ସହିତ ହସ୍ପିଟାଲର ବିଭିନ୍ନ କର୍ମଚାରୀ ସାମିଲ ଥିଲେ । ତେବେ ହସ୍ପିଟାଲରେ ଏପରି କାର୍ଯ୍ୟକ୍ରମ ହେବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅନ୍ଯପଟେ ହସ୍ପିଟାଲ ଇନଚlର୍ଚ୍ଚ ଘଟଣା ସଂପର୍କରେ କିଛି ଜାଣିନଥିବା କହିଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।